ଭୁବନେଶ୍ବର: ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା ରବିବାର ଆଉ ଏକ ଅନ୍ତର୍ଜାତୀୟ ସଫଳତା ମୁଠାଇଛନ୍ତି। ଢାକାରେ ଆୟୋଜିତ ବାଂଲାଦେଶ ଅନ୍ତର୍ଜାତୀୟ ଚ୍ୟାଲେଞ୍ଜର୍ସ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଋତୁପର୍ଣ୍ଣା ମହିଳା ଯୁଗଳରେ ଉପବିଜୟିନୀ ଟ୍ରଫି କରାୟତ କରିଛନ୍ତି। ରବିବାର ମହିଳା ଯୁଗଳରେ କେ ମନୀଷାଙ୍କୁ ସାଥୀ କରି ଖେଳୁଥିବା ଋତୁପର୍ଣ୍ଣା ସେମିଫାଇନାଲ୍ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଥାଇଲାଣ୍ଡର ରୁଥାଇଚାନକ ଲାଇସୁଆନ ଓ ସୁପମର୍ତ ମିଗଚୁଆଙ୍କୁ ପରାସ୍ତ କରିଥିଲେ। ହେଲେ ରବିବାର ଫାଇନାଲ୍ରେ ଏହି ଭାରତୀୟ ଯୋଡ଼ି ୨୦-୨୨, ୧୯-୨୧ରେ ଶୀର୍ଷ ମାନ୍ୟତାପ୍ରାପ୍ତ ମାଲେସିଆର ତାନ ପର୍ଲି କୁଙ୍ଗ ଓ ଥିନା ମୁରଲିଥରନଙ୍କଠୁ ହାରି ଯାଇଥିଲେ। ତେବେ ପୁରୁଷ ଏକକରେ ଲକ୍ଷ୍ୟ ସେନ୍ ବିଜେତା ହେବାର ଗୌରବ ଅର୍ଜନ କରିଥିଲେ। ଫାଇନାଲ୍ରେ ୧୮ ବର୍ଷୀୟ ଲକ୍ଷ୍ୟ ସିଧାସଳଖ ୨୨-୨୦, ୨୧-୧୮ରେ ମାଲେସିଆର ଲିଓଙ୍ଗ ଜୁନ ହାଓଙ୍କୁ ପରାସ୍ତ କରିଥିଲେ। ଚଳିତ ବର୍ଷ ଲକ୍ଷ୍ୟ ୭ ଅନ୍ତର୍ଜାତୀୟ ପ୍ରତିଯୋଗିତାର ଫାଇନାଲ୍ରେ ପହଞ୍ଚିଥିଲା ବେଳେ ଏହାକୁ ମିଶାଇ ୫ଟିରେ ଟ୍ରଫି ଜିତିବାର ସଫଳ ହୋଇଛନ୍ତି।
ବାଂଲାଦେଶ ଚ୍ୟାଲେଞ୍ଜର୍ସ ମୁକୁଟ ଜିତିଲେ ଲକ୍ଷ୍ୟ, ଋତୁପର୍ଣ୍ଣାଙ୍କ ଆଉ ଏକ ସଫଳତା
/sambad/media/post_attachments/wp-content/uploads/2019/12/rs8h7sr98hyfs98h7fs89h7fs59h74fs5hsfhhhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)