ଟାଟା ଷ୍ଟିଲ୍‌ ଚେସ୍‌: ଆନନ୍ଦ ଦ୍ୱିତୀୟକୁ ଖସିଲେ

ନୂଆଦିଲ୍ଲୀ: ନେଦରଲାଣ୍ଡ୍‌ର ଓ୍ଵିକ୍‌ ଆନ୍‌ ଜୀଠାରେ ଚାଲିଥିବା ଟାଟା ଷ୍ଟିଲ୍‌ ଚେସ୍‌ ପ୍ରତିଯୋଗିତାରେ ଷଷ୍ଠ ପର୍ଯ୍ୟାୟ ମୁକାବିଲାକୁ ନେଦରଲାଣ୍ଡ୍‌ର ଅନିସ୍‌ ଗିରିଙ୍କ ସହ ଅମୀମାଂସିତ ରଖି ଭାରତୀୟ ଗ୍ରାଣ୍ଡ୍‌ ମାଷ୍ଟର ବିଶ୍ୱନାଥନ୍‌ ଆନନ୍ଦ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନକୁ ଖସି ଯାଇଛନ୍ତି। ୫ ଥର ବିଶ୍ୱ ବିଜେତା ଆନନ୍ଦ ପ୍ରଥମ ୩ ମ୍ୟାଚ୍‌ରୁ ୨ ବିଜୟ ପାଇଥିଲା ବେଳେ ପରେ କ୍ରମାଗତ ତୃତୀୟ ମ୍ୟାଚ୍‌ ଅମୀମାଂସିତ ରଖିଛନ୍ତି। ଫଳରେ ଆନନ୍ଦ ୬ ପର୍ଯ୍ୟାୟ ଶେଷରେ ୪ ପଏଣ୍ଟ ପାଇ ଗିରି ଓ ଆମେରିକାର େଓ୍ଵସ୍‌ଲି ସୋ’ଙ୍କ ସହିତ ମିଳିତ ଭାବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଆଜରବୈଜାନ୍‌ର ସାଖ୍ରିୟାର୍‌ ମାମେଦ୍ୟାରୋଭ୍‌ ସର୍ବାଧିକ ୪.୫ ପଏଣ୍ଟ୍‌ ସହ ଏକାକୀ ଶୀର୍ଷରେ ଆଗୁଆ ରହିଛନ୍ତି। ରୁଷିଆର ଭ୍ଲାଦିମିର୍‌ କ୍ରାମ୍‌ନିକ୍‌ ଓ ନରେଓ୍ଵର ମାଗ୍‌ନସ୍‌ କାର୍ଲସେନ୍‌ ୩.୫ ପଏଣ୍ଟ୍‌ ଲେଖାଏଁ ସହ ଯୁଗ୍ମ ପଞ୍ଚମରେ ରହିଛନ୍ତି।

ସମ୍ବନ୍ଧିତ ଖବର