ଭୁବନେଶ୍ୱର: ଟାଟା ଷ୍ଟିଲ୍ ଚେସ୍ ଇଣ୍ଡିଆର ଚତୁର୍ଥ ସଂସ୍କରଣ ଚଳିତ ବର୍ଷ ନଭେମ୍ବର ୨୯ରୁ ଡିସେମ୍ବର ୪ ତାରିଖ ପର୍ଯନ୍ତ ଅନୁଷ୍ଠିତ ହେବ ବୋଲି ବୁଧବାର ଘୋଷିତ ହୋଇଛି। ପ୍ରତିବର୍ଷ କେବଳ ଓପନ୍ ବର୍ଗରେ ଏହି ପ୍ରତିଯୋଗିତା ଖେଳା ଯାଉଥିଲା। କିନ୍ତୁ ଚଳିତ ବର୍ଷ ଏଥିରେ ମହିଳା ବର୍ଗ ସାମିଲ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଓପନ୍ ଭଳି ରାପିଡ ଏବଂ ବ୍ଲିଜ୍ ଫର୍ମାଟରେ ଖେଳାଯିବ ଏବଂ ପୁରସ୍କାର ରାଶି ମଧ୍ୟ ସମାନ ରହିବ। ଶ୍ରେଷ୍ଠ ଆନ୍ତର୍ଜାତିକ ଗ୍ରାଣ୍ଡମାଷ୍ଟର, ଶ୍ରେଷ୍ଠ ଭାରତୀୟ ପୁରୁଷ ଓ ମହିଳା ଗ୍ରାଣ୍ଡମାଷ୍ଟର, ଯୁବ ଭାରତୀୟ ପ୍ରତିଭା ଏଥିରେ ଭାଗନେବେ। ପ୍ରତିଯୋଗିତାର ଦୂତ ତଥା ପରାମର୍ଶଦାତା ବିଶ୍ୱନାଥନ୍ ଆନନ୍ଦ ରହିଛନ୍ତି। ମହିଳା ଗ୍ରାଣ୍ଡ ମାଷ୍ଟର ୟୁକ୍ରେନର ଆନ୍ନା ଏବଂ ମାରିୟା ମୁଜିଚୁକ୍, ଜର୍ଜିଆର ନାନା ଜାଗ୍ନିଜେ ଏବଂ ପୋଲାଣ୍ଡର ଆଲିନା କାଶଲିନସ୍କାୟା ଖେଳିବେ ବୋଲି ସମ୍ମତି ଦେଇଛନ୍ତି। ଏମାନଙ୍କ ସହ ଭାରତୀୟ ଚେସ୍ ତାରକା କୋନେରୁ ହମ୍ପି, ହାରିକା ଦ୍ରୋଣାବଳୀ ଏବଂ ଉଦୀୟମାନ ତାରକା ବୈଶାଳୀ ଆର୍ ପ୍ରମୁଖ ଭାଗନେବେ। ଏମାନେ ଚେନ୍ନଇରେ ସମାପ୍ତ ହୋଇଥିବା ଚେସ୍ ଅଲିମ୍ପିଆଡରେ କାଂସ୍ୟ ପଦକ ହାସଲକାରୀ ଭାରତୀୟ ଦଳର ସଦସ୍ୟା ରହିଥିଲେ।
ଟାଟା ଷ୍ଟିଲ୍ ଚେସ୍ ଇଣ୍ଡିଆରେ ମହିଳା ପ୍ରତିଯୋଗିତା ସାମିଲ
/sambad/media/post_attachments/wp-content/uploads/2022/08/f4h654hfs654h654fs65f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)