ଟାଟା ଟି ଜାଗୋରେ ଦୌଡ଼କୁଦ ଆଂଶିକାଙ୍କୁ କାଂସ୍ୟ

ଭୁବନେଶ୍ୱର: ନୂଆଦିଲ୍ଲୀର ଡିଡି ସ୍ପୋର୍ଟସ କମ୍ପ୍ଲକ୍ସରେ ଗୁରୁବାର ଅନୁଷ୍ଠିତ ଟାଟା ଟି ଜାଗୋରେ ‘ଆସନ୍ତାକାଲିର ବିଜେତା’ ଦୌଡ଼କୁଦ ପ୍ରତିଯୋଗିତାର ସର୍ବଭାରତୀୟ ଫାଇନାଲ୍‌ରେ ଓଡ଼ିଆ ଝିଅ ଆଂଶିକା ରାଉତରାୟ କାଂସ୍ୟ ପଦକ ଜିତିଛନ୍ତି। ବାଳିକା ବିଭାଗ ସଟ୍‌ପୁଟରେ ଆଂଶିକା ୨୨.୧୫ ମିଟର୍‌ ଫିଙ୍ଗି ତୃତୀୟ ସ୍ଥାନ ଦଖଲ କରିଥିଲେ। ମୁମ୍ବାଇର ତନିଷ୍କା (୧୧.୨୯ ମିଟର୍‌) ଏବଂ ଅଗ୍ରସ୍ଥା (୧୧.୫୩ ମିଟର୍‌) ଯଥାକ୍ରମେ ରୌପ୍ୟ ଓ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଆଂଶିକା ହେଉଛନ୍ତି ଅଲିମ୍ପିଆନ ଧାବିକା ଅନୁରାଧା ବିଶ୍ୱାଳଙ୍କ କନ୍ୟା। ଗତ ସପ୍ତାହରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଆଂଶିକା ୧୦.୫୪ ମିଟର୍‌ ପ୍ରଦର୍ଶନ ସହିତ ପ୍ରଥମ ସ୍ଥାନରେ ରହିଥିଲେ। ଅର୍ପିତା ସାହୁ (୯.୯୬ ମିଟର୍‌) ଦ୍ୱିତୀୟରେ ରହି ଫାଇନାଲ୍‌ ପର୍ଯ୍ୟାୟକୁ ମନୋନୀତ ହୋଇଥିଲେ

ସମ୍ବନ୍ଧିତ ଖବର