ଟାଟା ଗ୍ରୁପ ହେବ ଆଇପିଏଲର ମୁଖ୍ୟ ପ୍ରାୟୋଜକ

ମୁମ୍ବାଇ : ୨୦୨୨ର ଆଇପିଏଲ କେତେକ ଦୃଷ୍ଟିରୁ ସ୍ବତନ୍ତ୍ର ସାବ୍ୟସ୍ତ ହେବାକୁ ଯାଉଛି । ଚଳିତ ବର୍ଷ ୮ଟି ଦଳ ସ୍ଥାନରେ ୧୦ଟି ଦଳ ଖେଳିବେ । ସେହିପରି ମୁଖ୍ୟ ପ୍ରାୟୋଜକ ବା ସ୍ପନସରଭାବେ ଆଉ ଚାଇନିଜ କମ୍ପାନି ଭିଭୋକୁ ଦେଖିବାକୁ ମିଳିବ ନାହିଁ । ଭିଭୋର ସ୍ଥାନ ନେବ ଭାରତୀୟ କମ୍ପାନି ଟାଟା । ଏ ନେଇ ସୂଚନା ଦେଇଛନ୍ତି ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ ।

ମଙ୍ଗଳବାର ବସିଥିବା ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଟାଟା ୨୦୨୨ ଓ ୨୦୨୩ ପାଇଁ ମୁଖ୍ୟ ପ୍ରାୟୋଜକ ରହିବ । ୨୦୨୪ ପାଇଁ ପୁଣି ଥରେ ଏଥିପାଇଁ ନିଲାମ ଡକାଯିବ ।

ପୂର୍ବରୁ ଭିଭୋ ୨୦୧୮-୨୦୨୨ ପର୍ଯ୍ୟନ୍ତ ୪ ବର୍ଷ ପାଇଁ ୨୨୦୦ କୋଟି ଟଙ୍କାରେ ଟାଇଟେଲ ସ୍ପନ୍ସର ଭାବେ ବିସିସିଆଇ ସହ ଚୁକ୍ତି କରିଥିଲା । କିନ୍ତୁ ଚୁକ୍ତି ଶେଷ ହେବାର ଗୋଟିଏ ବର୍ଷ ପୂର୍ବରୁ ଓହରିଯାଇଛି ଏହି ଚାଇନିଜ୍ କମ୍ପାନି । ୨୦୨୦ରେ ଗଲଓ୍ବାନରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ପରେ ଭାରତରେ ଚୀନ କମ୍ପାନିଙ୍କ ପ୍ରତି ବିରୋଧ ବୃଦ୍ଧି ପାଇଥିଲା । ଏହାକୁ ଦୃଷ୍ଟିରେ ରଖି ଭିଭୋ ସେହିବର୍ଷ ସାମୟିକ ଭାବେ ମୁଖ୍ୟ ପ୍ରାୟୋଜକ ପଦରୁ ଓହରିଯାଇଥିଲା । ଭିଭୋର ସ୍ଥାନ ନେଇଥିଲା ଡ୍ରିମ-୧୧ । ଦୁଇ ଦେଶ ମଧ୍ୟରେ ଉତ୍ତେଜନା କମିିବା ପରେ ପୁଣି ଫେରିଥିଲା ଭିଭୋ ।

ସମ୍ବନ୍ଧିତ ଖବର