ଭୁବନେଶ୍ବର:ୟୁନିଟ୍-୬ ଆଥଲେଟିକ୍ ଆସୋସିଏସନ୍ ଆନୁକୂଲ୍ୟରେ ଆୟୋଜିତ ହୋଇ ଆସୁଥିବା ଟାଟା ଉତ୍କଳିକା କପ୍ ଫୁଟ୍ବଲ୍ ପ୍ରତିଯୋଗିତାର ଏକବିଂଶ ସଂସ୍କରଣ ଆସନ୍ତା ମଙ୍ଗଳବାରଠାରୁ ଆରମ୍ଭ ହେବ। ୟୁନିଟ୍-୬ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଖେଳା ଯିବାକୁ ଥିବା ଏହି ପ୍ରତିଯୋଗିତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଦୁଇଟି ନୂଆ ଦଳ ଅହମ୍ମଦିଆ ଫୁଟ୍ବଲ୍ କ୍ଲବ୍, କେରଙ୍ଗ ଏବଂ ଆଇଜିଏଚ୍, ରାଉରକେଲା ସହ ମୋଟ ୮ ଦଳ ଅଂଶ ଗ୍ରହଣ କରିବେ। ଓଡ଼ିଶା ବାହାରର ଏକମାତ୍ର ଦଳ ଭାବେ ଟାଟା ଫୁଟ୍ବଲ୍ ଏକାଡେମି ଖେଳିବ। ବିଜେତା ଦଳକୁ ୨୫,୦୦୦ ଏବଂ ଉପବିଜେତା ଦଳକୁ ୧୫,୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ। ପ୍ରତ୍ୟେକ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳିଙ୍କୁ ମଧ୍ୟ ପୁରସ୍କୃତ କରାଯିବ। ସେହିଭଳି ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳିଙ୍କୁ ମଧ୍ୟ ସ୍ବତନ୍ତ୍ର ପୁରସ୍କାର ମିଳିବ। ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ୍ରେ ଓଡ଼ିଶା ପୁଲିସକୁ ଫୁଲବାଣୀ ଫୁଟବଲ୍ ଦଳ ଭେଟିବ। ଶନିବାର ଏଥିନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କ୍ଲବ୍ର ସଭାପତି ତପନ କୁମାର ମହାନ୍ତି, ବରିଷ୍ଠ କ୍ରୀଡ଼ା ସଂଗଠକ ନବ ରଞ୍ଜନ ପଟ୍ଟନାୟକ, ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ପ୍ରଫୁଲ୍ଲ ମିଶ୍ର, ଅମୀୟ କାନ୍ତ ମିଶ୍ର, ଚିତ୍ତ ରଞ୍ଜନ ପାତ୍ର, ପ୍ରଦୀପ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଅଂଶଗ୍ରହଣକାରୀ ଦଳଗୁଡ଼ିକ ହେଲେ ଟାଟା ଫୁଟବଲ୍ ଏକାଡେମି, ସାଇ ହଷ୍ଟେଲ, କଟକ, ଅହମ୍ମଦିଆ ଫୁଟବଲ୍ କ୍ଲବ୍ କେରଙ୍ଗ, ଆଇଜିଏଚ୍ ରାଉରକେଲା, ଫାଓ ଏକାଦଶ, ୟୁନିଟ୍-୬ ଆଥଲେଟିକ୍ ଆସୋସିଏନ୍, ଫୁଲବାଣୀ ଫୁଟବଲ୍ କ୍ଲବ୍ ଓ ଓଡ଼ିଶା ପୁଲିସ। ସୂଚନାଯୋଗ୍ୟ ଯେ ଗତବର୍ଷ ଏଠାରେ ଫାଓ ଏକାଦଶ ବିଜେତା ହୋଇଥିଲା ବେଳେ ଟାଟା ଫୁଟବଲ୍ ଏକାଡେମି ଉପବିଜେତା ହୋଇଥିଲା।
ଟାଟା ଉତ୍କଳିକା କପ୍ ଫୁଟ୍ବଲ୍ ମଙ୍ଗଳବାରରୁ
/sambad/media/post_attachments/wp-content/uploads/2019/03/Untitled-2-9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)