ଟାଟା ଉତ୍କଳିକା ସେମିରେ ଟିଏଫ୍‌ଏ

ଭୁବନେଶ୍ବର: ୟୁନିଟ୍‌-୬ ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଆୟୋଜିତ ୨୧ତମ ଟାଟା ଉତ୍କଳିକା କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ଶେଷ ଦଳ ଭାବେ ଜାମସେଦପୁରର ଟାଟା ଫୁଟ୍‌ବଲ୍‌ ଏକାଡେମି ପ୍ରବେଶ କରିଛି। ଶୁକ୍ରବାର ଚତୁର୍ଥ ତଥା ଅନ୍ତିମ କ୍ବାର୍ଟର୍‌ ଫାଇନାଲ୍‌ରେ ଜାମସେଦପୁର ଦଳ ୩-୨ ଗୋଲ୍‌ରେ କେରଙ୍ଗର ଅହମଦିଆ କ୍ଲବ୍‌କୁ ପରାସ୍ତ କରିଥିଲା। ଜାମସେଦ ପକ୍ଷରୁ ମନୀଷା (୧୧ ମିନିଟ୍‌), ମାନସ (୩୯ ମିନିଟ୍‌) ଓ ଚୈତକ (୭୭ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। କେରଙ୍ଗ ପକ୍ଷରୁ ଚେତନ ନାୟକ (୩୧ ମିନିଟ୍‌) ଗୋଲ୍‌ ଦେବାକୁ ସକ୍ଷମ ହୋଇଥିଲା ଅନ୍ୟଟି ଟାଟାର ଆତ୍ମଘାତୀ ଗୋଲ୍‌ ଥିଲା। ଟାଟାର ମାନସ ଏହି ଗୋଲ୍‌ କରିଥିଲେ। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ବିଜୟୀ ଦଳର ଚୈତକଙ୍କୁ ଅତିଥି ଟାଟା ଷ୍ଟିଲ୍‌ର ବରିଷ୍ଠ ଅଧିକାରୀ ନୃସିଂହ ମହାପାତ୍ର ପ୍ରଦାନ କରିଥିଲେ। ମ୍ୟାଚ୍‌କୁ ଜ୍ୟୋତିରଂଜନ ସ୍ବାଇଁ, ପ୍ରଦୀପ ନାୟକ, ରାଜେନ୍ଦ୍ର ବାରିକ ଏବଂ ମହେଶ୍ବର ସିଂହ ପରିଚାଳନା କରିଥିଲେ। ଶନିବାର ପ୍ରଥମ ସେମିଫାଇନାଲ୍‌ରେ ଫାଓ ଏକାଦଶ ଏବଂ ଫୁଲ୍‌ବାଣୀ ଏକାଦଶ ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର