ଟାଟା ଉତ୍କଳିକା କପ୍‌ ଫୁଟ୍‌ବଲ୍‌ ୨୬ରୁ

ଭୁବନେଶ୍ୱର: ୟୁନିଟ୍‌-୬ କ୍ରୀଡ଼ା ସଂଘ ପକ୍ଷରୁ ବିଂଶତମ ଟାଟା ଉତ୍କଳିକା କପ୍‌ ଆମନ୍ତ୍ରଣୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତା ଫେବ୍ରୁଆରି ୨୬ରୁ ମାର୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଗତବର୍ଷର ବିଜେତା ଟାଟା ଫୁଟ୍‌ବଲ୍‌ ଏକାଡେମି ଏବଂ ଓଡ଼ିଶାର ୧୦ ଜଣାଶୁଣା କ୍ଲବ୍‌ ଭାଗନେବେ। ୧୧ ଦଳକୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ଗ୍ରୁପ୍‌ ‘ଏ’ରେ ଟିଏଫଏ, ଓଡ଼ିଶା ପୁଲିସ୍‌, କିଶୋର କ୍ଲବ୍‌, ବାରବାଟୀ ସ୍ପୋର୍ଟିଂ, ସଂଘର୍ଷ କ୍ଲବ୍‌ ଏବଂ ଓୟୁଏଫ୍‌ସି ଏବଂ ଗ୍ରୁପ୍‌ ‘ବି’ରେ ୟୁନିଟ୍‌-୬, ସମ୍ବଲପୁର ଫୁଟ୍‌ବଲ୍‌ ଏକାଡେମି, ଫାଓ ଏକାଦଶ, ୟାଜଦାନି କ୍ଲବ୍‌-୭୩ ଏବଂ ଜଗା ୟୁନାଇଟେଡ୍‌ ଭାଗନେବେ। ସଂଘର୍ଷ କ୍ଲବ, ଓୟୁଏଫ୍‌ସି ଏବଂ ଜଗା ୟୁନାଇଟେଡ୍‌ ପ୍ରଥମ ଥର ଭାଗନେବେ। ବିଜେତାକୁ ୨୫ ହଜାର ଏବଂ ଉପ ବିଜେତାକୁ ୧୫,୦୦୦ ଟଙ୍କା ପ୍ରଦାନ ବ୍ୟବସ୍ଥା ରହିଛି। କଳିଙ୍ଗ ଷ୍ଟାଡିୟମ୍‌ରେ ଆଇଏସ୍‌ଏଲ୍‌ ମ୍ୟାଚ୍‌ ପରଦିନଠାରୁ ଏହା ଆରମ୍ଭ ହେଉଥିବାରୁ ରାଜଧାନୀରେ ଫୁଟ୍‌ବଲ୍‌ ମାନିଆ ଜାରି ରହିବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି। ଶୁକ୍ରବାରର ସାମ୍ବାଦିକ ସମ୍ମିଳନୀରେ ୟୁନିଟ୍‌-୬ କ୍ରୀଡ଼ା ସଂଘର ସଭାପତି ତପନ କୁମାର ମହାନ୍ତି, ଉପ ସଭାପତି ପ୍ରଫୁଲ୍ଲ କୁମାର ମିଶ୍ର, ଅକ୍ଷୟ ଦାସ, ସମ୍ପାଦକ ଦିଲୀପ କୁମାର ଦାସ, ହକି ଗାଙ୍ଗପୁର ସମ୍ପାଦକ ଦେବାଶିଷ ଗୌଡ଼, କ୍ରୀଡ଼ା ସଂଗଠକ ନବରଂଜନ ପଟ୍ଟନାୟକ, ପ୍ରଦୀପ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର