ଭୁବନେଶ୍ବର: ରବିବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ଦ୍ବିତୀୟ ସେମିଫାଇନାଲ୍ରେ କଟକର ସାଇ ହଷ୍ଟେଲକୁ ୪-୩ ଟାଇବ୍ରେକର୍ ଗୋଲ୍ରେ ପରାସ୍ତ କରି ଜାମ୍ସେଦ୍ପୁରର ଟାଟା ଫୁଟ୍ବଲ୍ ଏକାଡେମି (ଟିଏଫ୍ଏ) ଦ୍ବିତୀୟ ଦଳ ଭାବେ ଏଠାରେ ଚାଲିଥିବା ୨୧ତମ ଟାଟା ଉତ୍କଳିକା କପ୍ ଫୁଟ୍ବଲ୍ ପ୍ରତିଯୋଗିତାର ଫାଇନାଲ୍ରେ ପହଞ୍ଚିଯାଇଛି। ଫଳରେ ୟୁନିଟ୍-୬ ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର ମଙ୍ଗଳବାର ଫାଇନାଲ୍ରେ ଟିଏଫ୍ଏ ସହ ଫୁଲ୍ବାଣୀ ଏକାଦଶର ମୁକାବିଲା ହେବ। ଦ୍ବିତୀୟ ସେମିଫାଇନାଲ୍ର ନିର୍ଧାରିତ ସମୟ ଗୋଲ୍ଶୂନ୍ୟ ରହିବା ପରେ ଟାଇବ୍ରେକର୍ରେ ଟିଏଫ୍ଏ ବାଜି ମାରିଥିଲା। ବିଜୟୀ ଦଳର ଗୋଲ୍ରକ୍ଷକ ସୁଦର୍ଶନ ମାହାତେ ଓ ଶିବନନ୍ଦନ ଯାଦବ ଯୁଗ୍ମ ଭାବେ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ମୁଖ୍ୟ ଅତିଥି ସୁବ୍ରତ ଦାସ ଏହି ପୁରସ୍କାର ପ୍ରଦାନ କରିଥିଲେ। କ୍ରୀଡ଼ା ସଂଗଠକ ସୁବ୍ରତ ଦାସ, ନନ୍ଦକିଶୋର ପଟ୍ଟନାୟକ, ମହିଳା ପ୍ରଶିକ୍ଷକ ଅମୀୟକାନ୍ତ ମିଶ୍ର, ନରେନ୍ଦ୍ର ସେଠୀ, ଗିରିଜା ଶଙ୍କର ଦାସ, ଦିଲିପ କୁମାର ଦାସ ମଧ୍ୟାନ୍ତରରେ ଖେଳାଳିମାନଙ୍କ ସହ ପରିଚିତ ହୋଇଥିଲେ। ମ୍ୟାଚ୍କୁ ରାଜୁ ମହାନ୍ତି, ଅଶୋକ କହଁର, ପ୍ରଦୀପ ନାୟକ, ସୁଦୀପ ଦାସ ଏବଂ ମହେଶ୍ବର ସିଂହ (କମିଶନର) ପରିଚାଳନା କରିଥିଲେ। ସୋମବାର ବିଶ୍ରାମ ଦିବସରେ ସ୍ବର୍ଗତ ଜୟନ୍ତ କୁମାର ମହାପାତ୍ରଙ୍କ ସ୍ମୃତି ଉଦେଶ୍ୟରେ ନୀତା ମହିଳା ଫୁଟ୍ବଲ୍ କ୍ଲବ୍ ଓ କିଟ୍ ଏକାଦଶକୁ ନେଇ ଏକ ପ୍ରଦର୍ଶନୀ ମ୍ୟାଚ୍ ଖେଳାଯିବ।
ଟାଟା-ଉତ୍କଳିକା କପ୍ ଫୁଟ୍ବଲ୍ ଫାଇନାଲ୍ରେ ଟିଏଫ୍ଏ
/sambad/media/post_attachments/wp-content/uploads/2019/03/Untitled-14-14.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)