ଭୁବନେଶ୍ୱର: ୟୁନିଟ୍-୬ ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍-୬ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଚାଲିଥିବା ୨୦ତମ ଟାଟା-ଉତ୍କଳିକା ଆମନ୍ତ୍ରଣୀୟ କପ୍ ଫୁଟବଲ୍ ପ୍ରତିଯୋଗିତା ସୋମବାର ଉଦଘାଟିତ ହୋଇଯାଇଛି। ପ୍ରଥମ ମୁକାବିଲାରେ କଟକର ଓଡ଼ିଶା ୟୁନାଇଟେଡ୍ ଫୁଟ୍ବଲ୍ କ୍ଲବ୍ ଭୁବନେଶ୍ୱରର ସଂଘର୍ଷ କ୍ଲବ୍କୁ ୨-୦ ଗୋଲ୍ରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଓଡ଼ିଶା ୟୁନାଇଟେଡ୍ ପକ୍ଷରୁ ଶାହାରୁଖ ଖାନ୍ ୧୧ ଏବଂ ମହମ୍ମଦ ଆଫ୍ରିଦି ୬୯ ମିନିଟରେ ଗୋଲ୍ କରିଥିଲେ। ଅନ୍ୟପକ୍ଷରେ ପ୍ରତିପକ୍ଷ ସଂଘର୍ଷ କ୍ଲବ୍ ଗୋଟିଏ ହେଲେ ବି ଗୋଲ୍ ଦେବାକୁ ସକ୍ଷମ ହୋଇ ନଥିଲା। ଆଫ୍ରିଦି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଉଦଘାଟନୀ ଉତ୍ସବରେ ଭୁବନେଶ୍ୱର (ମଧ୍ୟ) ବିଧାୟକ ବିଜୟ ମହାନ୍ତି, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପଦ୍ମନାଭ ବେହେରା, ସୁକିନ୍ଦା-ଅନୁଗୁଳ ରେଳପଥର ପରିଚାଳନା ନିର୍ଦେଶକ ଦିଲୀପ କୁମାର ସାମନ୍ତରାୟ, ଟାଟା ଷ୍ଟିଲର ମୁଖ୍ୟ ରେସିଡେଣ୍ଟ୍ ଅଧିକାରୀ ମଣିକାନ୍ତ ନାୟକ, ବରିଷ୍ଠ କ୍ରୀଡ଼ା ସଂଗଠକ ନବ ରଞ୍ଜନ ପଟ୍ଟନାୟକ, ସ୍ଥାନୀୟ କର୍ପୋରେଟର ପ୍ରଣବ କୁମାର ସ୍ୱାଇଁ, ନୃସିଂହ ଚରଣ ମହାପାତ୍ର (ଟାଟା ଷ୍ଟିଲ୍), ତପନ ମହାନ୍ତି, ଦିଲୀପ କୁମାର ଦାସ, ପ୍ରଫୁଲ୍ଲ କୁମାର ମିଶ୍ର ଉପସ୍ଥିତ ଥିଲେ। ପ୍ରଦୀପ କୁମାର ନାୟକ, ଚନ୍ଦ୍ରକାନ୍ତ ବାରିକ, ଶିବ ଶଙ୍କର ପଣ୍ଡା, ସୁଦୀପ ଦାସ ଖେଳ ପରିଚାଳନା କରିଥିଲେ। ମଙ୍ଗଳବାର ମ୍ୟାଚ୍ରେ ୟାଜଦାନି କ୍ଲବ୍-୭୩ ଓ ଜଗା ୟୁନାଇଟେଡ୍ ମୁହାଁ ମୁହିଁ ହେବେ।
ଟାଟା ଉତ୍କଳିକା କପ୍ କ୍ୱାର୍ଟରରେ ଓଡ଼ିଶା ୟୁନାଇଟେଡ୍
/sambad/media/post_attachments/wp-content/uploads/2018/02/tata.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)