ଭୁବନେଶ୍ବର: ପୁରୀରେ ରବିବାର ରାଜ୍ୟ ଯୁବ (୧୩ ବର୍ଷରୁ କମ୍) ଚେସ୍ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ବାଳିକାରେ ପ୍ରତ୍ୟାଶା ଜେନା (୬), ଶ୍ରଦ୍ଧା ସ୍ମରଣିକା ନନ୍ଦ (୫.୫)  ଏବଂ ଓପନ୍‌ରେ ଆଦିତ୍ୟ ବିକ୍ରମ ମିଶ୍ର (୬.୫), ଆୟୁଷ୍ମାନ ମହାନ୍ତି (୬) ଯଥାକ୍ରମେ ବିଜେତା ଓ ଉପବିଜେତା ହୋଇଛନ୍ତି। ଏହି ୪ ଜଣ ଆସନ୍ତା ମାସରେ ପଶ୍ଚିମବଙ୍ଗରେ ଖେଳାଯିବାକୁ ଥିବା ୩୭ତମ ଜାତୀୟ ୧୩ ବ‌ର୍ଷରୁ କମ୍‌ ଚେସ୍‌ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ବ କରିବା ସୁଯୋଗ ପାଇଛନ୍ତି। ବାଳିକାରେ ଜ୍ୟୋତିକା ସାହୁ, ସନ୍ଦୀପା ପ୍ରିୟଦର୍ଶିନୀ ସାହୁ, ନୈନିକା ସାହୁ, ଆୟୁଷୀ ମହାନ୍ତି, ଶୁଭସ୍ମିତା ପ୍ରିୟଦର୍ଶିନୀ, ଈଶାନୀ ଦାସ, ସାୟି ଅତ୍ରେୟୀ ମହାପାତ୍ର, ଅମୃତା ପ୍ରିୟଲକ୍ଷ୍ମୀ ଯଥାକ୍ରମେ ତୃତୀୟରୁ ଦଶମ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ।

Advertisment

ସେହିଭଳି ଓପନ୍‌ ବର୍ଗରେ ବିଶ୍ବପ୍ରୀତ୍‌ ରାୟ, ସତ୍ୟ ସ୍ବରୂପ ତ୍ରିପାଠୀ, ସ୍ବସ୍ତିକ ରଂଜନ ସ୍ବାଇଁ, ହିମାଂଶୁ ନାୟକ, ଶିୟମ୍‌ ସତ୍ୟାଂଶ, ଶୁଭଦୀପ ପ୍ରିୟଦର୍ଶନ, ସାର୍ଥକ ମହାନ୍ତି, ଆଦ୍ୟା ଅଦ୍ବିତ ଦାସ ଯଥାକ୍ରମେ ତୃତୀୟରୁ ଦଶମ ସ୍ଥାନରେ ରହିଥିଲେ। ପୁରସ୍କାର ବିତରଣ ଉତ୍ସବରେ ଏଓସିଏ ସମ୍ପାଦକ ଦେବବ୍ରତ ଭଟ୍ଟ, କାର୍ଯ୍ୟନିର୍ବାହୀ ସଦସ୍ୟ ସୂର୍ଯ୍ୟକାନ୍ତ ବିଶୋଇ, ପୁରୀ ଜିଲ୍ଲା ଚେସ୍‌ ସଂଘ ସଭାପତି ନାରାୟଣ ପାତ୍ର, ଉପସଭାପତି ସୁରେଶ ଚନ୍ଦ୍ର ସାହୁ, ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ଟୁର୍ଣ୍ଣାମେଣ୍ଟ୍ ନ‌ିର୍ଦ୍ଦେଶକ ସୁବାସ ଚନ୍ଦ୍ର ସାହୁ, ଯୁଗ୍ମ ସମ୍ପାଦକ ଦେବାଶିଷ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ତର୍ଜାତୀୟ ଆର୍ବିଟର ସନ୍ତୋଷ କୁମାର ମହାପାତ୍ର, ଫିଡେ ଆର୍ବିଟର୍‌ ପିଙ୍କି ମହାପାତ୍ର ଏହି ୩ ଦିନିଆ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ।