ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ଦୁଇଟି ଦିନିକିଆରୁ ବିଶ୍ରାମ ପାଇଥିବା ଆଗଧାଡ଼ିର ଦୁଇ ଦ୍ରୁତ ବୋଲର ଭୁବନେଶ୍ବର କୁମାର ଏବଂ ଯସ୍ପ୍ରୀତ୍ ବୁମ୍ରା ପ୍ରତ୍ୟାବର୍ତନ କରିଛନ୍ତି। ବୁଧବାର ବିଶାଖାପାଟଣାରେ ଦ୍ବିତୀୟ ଦିନିକିଆ ରୋମାଞ୍ଚକର ଟାଇରେ ଶେଷ ହୋଇଥିଲା ବେଳେ ଗୁରୁବାର ଅବଶିଷ୍ଟ ତିନି ଦିନିକିଆ ପାଇଁ ଦଳ ଘୋଷିତ ହୋଇଛି। ଏହି ଦୁଇ ଦ୍ରୁତ ବୋଲରଙ୍କ ପ୍ରତ୍ୟାବର୍ତନ ଘଟିଥିଲା ବେଳେ ମହମ୍ମଦ ସାମିଙ୍କୁ ଦଳରୁ ବାଦ୍ ଦିଆଯାଇଛି। ସାମି ଦୁଇଟିଯାକ ମ୍ୟାଚ୍ରେ ମୋଟ ୧୪୦ ରନ୍ ବ୍ୟୟ କରି ୩ ୱିକେଟ୍ ଅକ୍ତିଆର କରିଥିଲା ବେଳେ ଉମେଶ ଯାଦବ ମଧ୍ୟ ୧୪୨ ରନ୍ ବ୍ୟୟ କରି ମାତ୍ର ଗୋଟିଏ ୱିକେଟ୍ ପାଇଥିଲେ। ହେଲେ ସାମି ବାଦ୍ ପଡ଼ିଥିଲା ବେଳେ ଉମେଶ ସ୍ଥାନ ବଜାୟ ରଖିଛନ୍ତି। ସାମିଙ୍କ ବାଦ୍ ଏବଂ ଭୁବନେଶ୍ବର ଓ ବୁମ୍ରାଙ୍କ ଫେରିବା ବ୍ୟତୀତ ନୂଆ ଘୋଷିତ ୧୫ ଜଣିଆ ଦଳରେ ଆଉ େକୗଣସି ପରିବର୍ତନ କରାଯାଇନାହିଁ ବୋଲି ମୁଖ୍ୟ ଚୟନକର୍ତା ଏମ୍ଏସ୍କେ ପ୍ରସାଦ କହିଛନ୍ତି। ଏସିଆ କପ୍ ବେଳେ ଆହତ ହୋଇ ପ୍ରଥମ ଦୁଇ ମ୍ୟାଚ୍ରୁ ବଞ୍ଚିତ ହୋଇଥିବା ଅଲ୍ରାଉଣ୍ଡର କେଦାର ଯାଦବଙ୍କ ଫେରିବା ଆଶା ମଉଳିଯାଇଛି। ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ମ୍ୟାଚ୍ ଜିତି ୧-୦ର ଅଗ୍ରଣୀ ପାଇଥିବା ଭାରତ ଆସନ୍ତା ୨୭, ୨୯ ଓ ନଭେମ୍ବର ୧ ତାରିଖରେ ପରର୍ବତୀ ତିନିଟିଯାକ ଦିନିକିଆ ଯଥାକ୍ରମେ ପୁନେ, ମୁମ୍ବାଇ ଓ ତିରୁବନନ୍ତପୁରମ୍ରେ େଖଳିବ।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଶିଖର ଧାୱନ୍, ଅମ୍ବାତି ରାୟୁଡୁ, ଋଷଭ ପନ୍ତ୍, ମହେନ୍ଦ୍ର ସିଂହ ଧୋନି (ୱିେକଟ୍ରକ୍ଷକ), ରବୀନ୍ଦ୍ର ଜାଦେଜା, କୁଲ୍ଦୀପ୍ ଯାଦବ, ୟୁଜ୍ବେନ୍ଦ୍ର ଚହଲ୍, ଭୁବ ନେଶ୍ବର କୁମାର, ଯସ୍ପ୍ରୀତ୍ ବୁମ୍ରା, ଖଲିଲ ଅହମ୍ମଦ, ଉମେଶ ଯାଦବ, ଲୋକେଶ ରାହୁଲ୍ ଓ ମନୀଷ ପାେଣ୍ଡ।