ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ: ଘୋଷଣା ହେଲା ଭାରତୀୟ ଦଳ, ପଢନ୍ତୁ କାହାକୁ ଦଳରେ ମିଳିଲା ସ୍ଥାନ

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ । ଏନେଇ ବିସିସିଆଇ ଟ୍ୱିଟ କରି ସୂଚନା deichi । ତେବେ ଦଳର ଅଧିନାୟକ ରହିଛନ୍ତି ବିରାଟ କୋହଲି ଓ ଉପ ଅଧିନାୟକ ରହିଛନ୍ତି ଆଜିଙ୍କ୍ୟ ରାହାଣେ ।

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଜୁନ ୧୮ ତାରିଖରେ ଏହି ମ୍ୟାଚ ଆରମ୍ଭ ହେବ । ତେବେ ଉଭୟ ଦଳ ଏହି ମ୍ୟାଚରେ ବେଶ ଶକ୍ତିଶାଳୀ ରହିଛନ୍ତି । ତେଣୁ ଟେଷ୍ଟ ଚାମ୍ପିୟନସିପରେ କିଏ ବାଜି ମାରିବ ତାହା ଦେଖିବା ବାକି ରହିଲା ।

ଭାରତୀୟ ଦଳ: ରୋହିତ ଶର୍ମା, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଆଜିଙ୍କ୍ୟ ରାହାଣେ (ଉପ-ଅଧିନାୟକ), ହନୁମା ବିହାରୀ, ରିଷବ ପନ୍ତ, ରିଦ୍ଧିମାନ ଶାହା, ରବିଚନ୍ଦ୍ରନ ଅଶ୍ୱିନୀ, ରବିନ୍ଦ୍ର ଜାଡେଜା, ଯଶପ୍ରିତ ବୁମରାହ, ଇଶାନ୍ତ ଶର୍ମା, ମହମ୍ମଦ ସାମୀ, ଉମେଶ ଯାଦବ, ମହମ୍ମଦ ସିରାଜ |

ସମ୍ବନ୍ଧିତ ଖବର