ମୋଲବୋର୍ଣ୍ଣ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କର ଗୁରୁବାର ରାତିରେ ଦେହାନ୍ତ ହୋଇଛି। ତାଙ୍କର ଦେହାନ୍ତ ଯୋଗୁ ସମଗ୍ର ଦେଶରେ ଶୋକାକୁଳ ପରିବେଶ ରହିଛି। ତାଙ୍କ ମୃତ୍ୟୁକୁ ନେଇ ସାରା ବିଶ୍ୱରୁ ସମବେଦନା ବାର୍ତ୍ତା ଆସୁଛି। ମେଲବୋର୍ଣ୍ଣରେ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ସିରିଜର ଚତୁର୍ଥ ଟେଷ୍ଟ ଖେଳୁଥିବା ଟିମ୍ ଇଣ୍ଡିଆ ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି।
ବର୍ଡର-ଗାଭାସ୍କର ଟ୍ରଫିର ମେଲବୋର୍ଣ୍ଣ ଟେଷ୍ଟ୍ରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଟିମ୍ ଇଣ୍ଡିଆ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଖେଳାଳିମାନେ କଳା ବ୍ୟାଣ୍ଡ ପିନ୍ଧି ଖେଳିବାକୁ ପଡ଼ିଆକୁ ଓହ୍ଲାଇଛନ୍ତି।
Team India wearing black armbands to pay respects to Manmohan Singh. 👏 pic.twitter.com/xiuMvqex3D
— Mufaddal Vohra (@mufaddal_vohra) December 27, 2024
ସୂଚନାଯୋଗ୍ୟ,ଶୁକ୍ରବାର ମ୍ୟାଚର ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆ ୧୦ ୱିକଟେ ହରାଇ ୪୭୪ ରନ୍ ସଂଗ୍ରହ କରିଛି। ଭାରତୀୟ ଦଳ ୧-୧ ସ୍ଥିତିରେ ଥିବା ମ୍ୟାଚ୍କୁ ଜିତିବାକୁ ପଡ଼ିଆକୁ ଓହ୍ଲାଇଛନ୍ତି।
ଏହା ସହିତ ଟିମ୍ ଇଣ୍ଡିଆର ବହୁ ଖେଳାଳି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକରେ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ପୋଷ୍ଟ ସେୟାର କରିଛନ୍ତି।
ପ୍ରଥମ ଦିନରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଦିନରେ ଦଳର ପ୍ରଥମ ଚାରିଜଣ ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକ ସ୍କୋର କରିଥିଲେ।
Saddened by the news of sudden demise of former Prime Minister, a thorough gentleman, and a visionary leader, Dr. Manmohan Singh Ji 💔💔What truly set him apart was his calm and steady leadership in times of crisis, his ability to navigate complex political landscapes, and his… pic.twitter.com/WKbjrnADJQ
— Harbhajan Turbanator (@harbhajan_singh) December 26, 2024
ଦ୍ବିତୀୟ ଦିନ ଶେଷସୁଦ୍ଧା ଭାରତ ପାଇଁ ଜସପ୍ରୀତ ବୁମ୍ରା ଚମତ୍କାର ବୋଲିଂ କରି ସର୍ବାଧିକ ୪ ୱିକେଟ୍ ନେଇଥିଲେ। ଦୁଇ ଦଳ ମଧ୍ୟରେ ହୋଇଥିବା ଟେଷ୍ଟ ସିରିଜ୍ ବର୍ତ୍ତମାନ ୧-୧ ସ୍ଥିତିରେ ରହିଛି।
ଦ୍ୱିତୀୟ ଦିନ ଆରମ୍ଭରୁ ଅଷ୍ଟ୍ରେଲିଆ ଦଳ ଚମତ୍କାର ଖେଳି ପ୍ରଥମ ଅଧିବେଶନରେ ୧୫୦ ରନ୍ ସ୍କୋର କରିଥିବାବେଳେ। ମଧ୍ୟାହ୍ନ ଭୋଜନ ବିରତି ପର୍ଯ୍ୟନ୍ତ ଦଳର ସ୍କୋର ୭ ୱିକେଟରେ ୪୫୪ ରହିଥିଲା। ତେବେ ମଧ୍ୟାହ୍ନ ଭୋଜନ ବିରତି ପରେଷ୍ଟିଭେନ ସ୍ମିଥ୍ ୧୪୦ ରନ୍ରେ ଆଉଟ୍ ହୋଇଥିଲେ। ଏହା ସହିତମିଚେଲ ଷ୍ଟାର୍କ ୧୫ ରନ୍ ଏବଂ ଳିୟନ ୧୩ ରନ୍ କରି ପାଭିଲିୟନ ଫେରିଥିଲେ।
My heartfelt condolences on the passing away of our former Prime Minister Shri Manmohan Singh ji.
— Virender Sehwag (@virendersehwag) December 26, 2024
Om Shanti 🙏🏼 pic.twitter.com/uPkmiCm5C4
କଙ୍ଗାରୁ ଅଧିନାୟକ ପ୍ୟାଟ୍ କମିନ୍ସ ଭାରତ ବିପକ୍ଷରେ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଛନ୍ତି। ତାଙ୍କ ଇନିଂସକୁ ବାମହାତୀ ସ୍ପିନର ରବିନ୍ଦ୍ର ଜାଡେଜା ଶେଷ କରିଥିଲେ।
Sad news of the passing of Dr. Manmohan Singh Ji. A visionary leader and a true statesman who worked tirelessly for India’s progress. His wisdom and humility will always be remembered. My heartfelt condolences to his loved ones. 🙏 #ManmohanSingh ji
— Yuvraj Singh (@YUVSTRONG12) December 26, 2024
ଅଧିକ ପଢ଼ନ୍ତୁ: ୪୭୪ରେ ଅଷ୍ଟ୍ରେଲିଆ ଅଲଆଉଟ୍
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି (ବର୍ଡର ଗାଭାସ୍କର ଟ୍ରଫି ୨୦୨୪-୨୫)ର ଚତୁର୍ଥ ଟେଷ୍ଟ ୨୬ ଡିସେମ୍ବରରୁ ଆରମ୍ଭ ହୋଇଛି ।
Sad to learn about the demise of our former Prime Minister Shri Manmohan Singh ji. Heartfelt condolences to his family and loved ones.
— VVS Laxman (@VVSLaxman281) December 27, 2024
Om Shanti 🙏🏼 pic.twitter.com/g1G0MnCkll
ଏହି ଟେଷ୍ଟ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ (ଏମସିଜି ଗ୍ରାଉଣ୍ଡ) ଖେଳାଯାଉଛି, ଯେଉଁଥିରେ ପ୍ରଥମ ଦିନର ଖେଳ ଶେଷ ହେବା ପରେ ଅଷ୍ଟ୍ରେଲିଆ ଦଳ ୬ ୱିକେଟ୍ ହରାଇ ୩୧୧ ରନ୍ ସଂଗ୍ରହ କରିଥିଲା। ଦ୍ୱିତୀୟ ଦିନରେ ଟିମ୍ ଇଣ୍ଡିଆ କଙ୍ଗାରୁ ବ୍ୟାଟ୍ସମ୍ୟାନ୍ଙ୍କୁ ଯଥାଶୀଘ୍ର ଆଉଟ୍ କରି ମ୍ୟାଚ୍ରେ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଛି।
Steve Smith Test hundred, number 34!
— 7Cricket (@7Cricket) December 27, 2024
He brings it up in style too 🙌#AUSvIND pic.twitter.com/jRjwC6bdIZ
ଅଧିକ ପଢ଼ନ୍ତୁ: ହୁତିଙ୍କ ବିରୋଧରେ ମୋସାଦ ମୁଖ୍ୟଙ୍କ ବିପଜ୍ଜନକ ଯୋଜନା: ମନା କଲେ ନେତାନ୍ୟାହୁ