ନୂଆଦିଲ୍ଲୀ: କ୍ରିକେଟର ବିରାଟ କୋହଲି ୫ବର୍ଷ ହେଲା ଟିମରୁ ବାହାର କରିଥିବା ଖେଳାଳିଙ୍କୁ ଗୁରୁତ୍ବପୂର୍ଣ୍ଣ ଅଂଶ ଭାବରେ ଟିମରେ ସାମିଲ କଲେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା। ଏବେ ରୋହିତ ଶର୍ମା ଅଧିନାୟକ ଭାବେ କାମ ଆରମ୍ଭ କରିଛନ୍ତି। ଆରମ୍ଭରୁ ହିଁ ସେ ଭାରତକୁ ଜିତାଇଛନ୍ତି। ପ୍ରଥମ ଟି-୨୦ ସିରିଜରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିବା ପରେ ରୋହିତ ସେନା ଏବେ ଦିନିକିଆ ସିରିଜରେ ୱେଷ୍ଟଇଣ୍ଡିଜକୁ ମଧ୍ୟ ପରାସ୍ତ କରିଛି। ରୋହିତ ଅଧିନାୟକ ହେବା ପରେ ଦଳରେ କିଛି ନୂଆ ଏବଂ ପୁରୁଣା ଖେଳାଳି ଦଳକୁ ଫେରିଥିବା ଦେଖାଯାଇଛି।
ଏହି ତାଲିକାରେ ବିରାଟ କୋହଲି ୫ବର୍ଷ ପାଇଁ ଦଳରୁ ଦୂରେଇ ରଖିଥିବା ଜଣେ ଖେଳାଳି ଅଛନ୍ତି। ବିରାଟ ଏହି ଖେଳାଳିଙ୍କୁ ଦଳରୁ ହଟାଇଥିବା ବେଳେ ବର୍ତ୍ତମାନ ଏହି ଖେଳାଳି ରୋହିତଙ୍କ ଦଳର ସବୁଠାରୁ ବଡ ଅସ୍ତ୍ର ହୋଇ ଫେରିଛନ୍ତି। ଏହି ଖେଳାଳିଙ୍କ ନାଁ ହେଉଛି ୱାଶିଂଟନ୍ ସୁନ୍ଦର। ଆଜ୍ଞା ହଁ, ସୁନ୍ଦର ୫ ବର୍ଷ ପରେ ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି। ସେ ୨୦୧୭ରେ ଟିମ୍ ଇଣ୍ଡିଆ ପାଇଁ ଦିନିକିଆ ମ୍ୟାଚ୍ ଖେଳିଥିଲେ। ଏହି ଅଲରାଉଣ୍ଡର ଗତ କିଛି ବର୍ଷ ଧରି ଭାରତର ଟେଷ୍ଟ ଏବଂ ଟି-୨୦ ଦଳରେ ଖେଳୁଥିଲେ ମଧ୍ୟ ତାଙ୍କୁ ଦିନିକିଆ କ୍ରିକେଟରେ ଅଧିକ ସୁଯୋଗ ଦିଆଯାଇ ନଥିଲା।
/sambad/media/post_attachments/cb7d282dcf36113498a5156526fd5da9ea812e88b5216bb945d73bc55632dcf2.jpg)
ହେଲେ ଏବେ ତାଙ୍କୁ ସୁଯୋଗ ଦେଇଛନ୍ତି ରୋହିତ। ୱାଶିଂଟନ୍ ସୁନ୍ଦରଙ୍କ ଉପରେ କ୍ୟାପଟେନ ରୋହିତ ଶର୍ମାଙ୍କର ବହୁତ ଆତ୍ମବିଶ୍ୱାସ ରହିଛି, ଯାହା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ପ୍ରମାଣ ହୋଇଥିଲା । ମ୍ୟାଚର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ରୋହିତ ସୁନ୍ଦରଙ୍କୁ ବଲ୍ ଦେଇଥିଲେ ଏବଂ ସୁନ୍ଦର ନିଜକୁ ପ୍ରମାଣ କରିଥିଲେ। ଏବେ ଆଗାମୀ ସମୟରେ ସୁନ୍ଦରଙ୍କୁ ଟିମ୍ ଇଣ୍ଡିଆରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଖିବାକୁ ମିଳିପାରେ ବୋଲି ଆଶା କରାଯାଉଛି।