ନୂଆଦିଲ୍ଲୀ: ଦୁବାଇ ଉପରେ ଥିଲା ସାରା ଦୁନିଆର ନଜର । ଯେତେବେଳେ ପଡିଆରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ବିଜୟର ଟୀକା ପିନ୍ଧୁଥିଲା ଭାରତ ସେତେବେଳେ ଭାରତୀୟ ଦଳର ଖେଳାଳିଙ୍କ ଖୁସିକୁ ଦେଖୁଥିଲା ସାରା ବିଶ୍ବ । ବାଣ ଫୁଟୁଥିଲା, ଭାରତର ଜାତୀୟ ସଙ୍ଗୀତ ବାଜୁଥିଲା ଆଉ ଖୁସିର ମୁହୂର୍ତ୍ତରୁ ସବୁଦିନ ପାଇଁ ସ୍ମରଣୀୟ କରି ରଖୁଥିଲେ ଖେଳାଳି । କିଏ କପ୍ ସହ ଫଟୋ ଉଠାଉଥିଲା ତ କିଏ ତ୍ରିରଙ୍ଗା ପତାକା ପିନ୍ଧି ପଡିଆ ସାରା ଧାଉଁଥିଲା ।
/sambad/media/media_files/2025/03/10/ZCQcfuIrOIA3qbiJtguI.jpg)
ସେଲ୍ଫି, ରିଲ୍ସ, ଫଟୋ ଏବେ ସାରା ସୋସିଆଲ ମିଡିଆରେ ଛାଇ ଯାଇଥିବା ବେଳେ ୨୦୧୩ ପରେ ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ପୁଣି ଜିତିଛି ଭାରତ । ୧୨ ପରେ ପୁଣି ଖୁସି ଘରକୁ ଫେରୁଥିବାରୁ, ସଫଳତା ହାତ ମୁଠାରେ ଥିବାରୁ ଗୋଟେ ମିନିଟକୁ ବି ବରବାଦ କରି ନାହାନ୍ତି କେହି । ନିଜ ନିଜ ଅନ୍ଦାଜରେ ସେଲିବ୍ରେସନ କରିଛନ୍ତି ।
/sambad/media/media_files/2025/03/10/8BY86f2UqrWcjfaLwFIK.jpg)
ବିଜୟୀ ଟିମ୍ ଫଟୋ ସେସନ ପରେ ଧଳା କୋଟ୍ ପିନ୍ଧିଥିବା ନଜର ଆସିଥିଲେ । ପରେ ପରେ କେକ୍ କାଟି ସେଲିବ୍ରେସନ କରିଥିଲେ ରୋହିତ ବାହିନୀ । ନଜର ପକାନ୍ତୁ ବିଜୟ ପରେ ସେହି ସବୁ ଖୁସିର ଚିତ୍ର ସବୁକୁ ଯାହା କ୍ୟାମେରାରେ କଏଦ ହୋଇଛି ।
/sambad/media/media_files/2025/03/10/7JIutKMZZ7SKcls7HwH5.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/03/10/c3EHSrQovoDmcrp4RcEr.jpg)