ସେପ୍ଟେମ୍ବର ୫ରେ କାର୍ଯ୍ୟକାରୀ ହେବ ଟିମ୍‌ ଇଣ୍ଡିଆର ନୂତନ କୋଚିଂ ଷ୍ଟାଫଙ୍କ ଚୁକ୍ତି

ଟି-୨୦ ବିଶ୍ୱକପ୍‌ ଯାଏଁ ବଳବତ୍ତର ରହିବ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର ନୂଆ କୋଚିଂ ଟିମ୍‌ଙ୍କ କାର୍ଯ୍ୟକାଳ ଆଗାମୀ ସେପ୍ଟେମ୍ବର ୫ରୁ ଆରମ୍ଭ ହେବ। ଏହି ଚୁକ୍ତି ୨୦୨୧ରେ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଟି-୨୦ ବିଶ୍ୱକପ୍‌ ଯାଏଁ ବଳବତ୍ତର ରହିବ। କପିଳ ଦେବଙ୍କ ଅଧ୍ୟକ୍ଷତାରେ ୩ ସଦସ୍ୟ ବିଶିଷ୍ଟ ସିଓସି ମୁଖ୍ୟକୋଚ ରବି ଶାସ୍ତ୍ରୀଙ୍କୁ ନିଜର ଦାୟିତ୍ୱ ଆଗାମୀ ଦିନରେ ମଧ୍ୟ ଜାରି ରଖିବାକୁ କହିଛି। ସେହିଭଳି କମିଟି ଭରତ ଅରୁଣଙ୍କୁ ବୋଲିଂ କୋଚ ଓ ଆର. ଶ୍ରୀଧରଙ୍କୁ ଫିଲ୍ଡିଂ କୋଚ୍‌ ରଖିବା ନେଇ ନିଷ୍ପତ୍ତି ନେଇଛି। ସଂଜୟ ବାଙ୍ଗରଙ୍କ ସ୍ଥାନରେ ପୂର୍ବତନ ଚୟନକର୍ତ୍ତା ବିକ୍ରମ ରାଠୋରଙ୍କ ନାମ ବୋଲିଂ କୋଚ ଭାବେ ପ୍ରସ୍ତାବିତ କରାଯାଇଛି। ସିଓସି ସହଯୋଗୀ ଷ୍ଟାଫଙ୍କ ନିଯୁକ୍ତିକୁ ନିଜର ମଞ୍ଜୁରୀ ଖୁବ ଶୀଘ୍ର ଦେବ।

ଭରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ନୂତନ ଚୁକ୍ତି ସେପ୍ଟେମ୍ବର ୫ରୁ ଲାଗୁ ହେବ। କାରଣ ସେହି ଦିନ ଭାରତୀୟ ଟିମ୍‌ ୱେଷ୍ଟଇଣ୍ଡିଜରୁ ଫେରିବା କାର୍ଯ୍ୟକ୍ରମ ରହିଛି। ଅଧିକାରୀ କହିଛନ୍ତି, ସବୁ ପ୍ରକାରର ଯାଞ୍ଚ ଶେଷ ହୋଇଛି। ଏବେ ‘ସିଓଏ’ର ମଞ୍ଜୁରୀ ବାକି ଅଛି। ଏହି ପ୍ରକ୍ରିୟା ଶେଷ ହେବା ପରେ କୋଚିଂ ଷ୍ଟାଫଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯିବ।

ସମ୍ବନ୍ଧିତ ଖବର