ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଦଳକୁ ଭେଟେରାନ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି । ତେବେ ଆହତଜନିତ କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଦଳରୁ ବାଦ ପଡ଼ିଛନ୍ତି । ସେହିପରି ରବୀନ୍ଦ୍ର ଜାଦେଜା, କେଏଲ ରାହୁଲ ବି ସ୍ଥାନ ପାଇନାହାନ୍ତି ।
ଗତ ଦୁଇ ଦିନ ହେବ ଚୟନକର୍ତ୍ତା ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଦଳରେ ସୁଯୋଗ ଦେବେ କି ନାହିଁ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହା ସହ ରୋହିତ ଓ ବିରାଟ ଟି-୨୦ ବିଶ୍ୱକପ୍ ଦଳରେ ରହିବେ ବୋଲି ଚୟନକର୍ତ୍ତାମାନେ ସ୍ପଷ୍ଟ କରିଛନ୍ତି।
ଆସନ୍ତା ସପ୍ତାହ ୧୧ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଖେଳାଯିବ। ଆଇସିସି ଦିନିକିଆ ବିଶ୍ୱକପ୍ ବେଳେ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ଏଥିରୁ ମୁକୁଳି ନାହାନ୍ତି। ସୂର୍ଯ୍ୟକୁମାର ଯାଦବ ଦକ୍ଷିଣ ଆଫ୍ରିକା ଗସ୍ତରେ ଆହତ ହୋଇଥିବାରୁ ଚୟନ ପାଇଁ ଉପଲବ୍ଧ ହୋଇନଥିଲେ। ୱିକେଟକିପର ଇଶାନ କିଶନଙ୍କ ନାଁ ମଧ୍ୟ ଦଳରେ ସାମିଲ ହୋଇନାହିଁ। ସଞ୍ଜୁ ସାମସନ୍ ଓ ଜିତେଶ ଶର୍ମା ୱିକେଟ୍ ରକ୍ଷକ ଭାବେ ଆଫଗାନିସ୍ତାନ ଟି-୨୦ ଦଳରେ ସ୍ଥାନ ପାଇଛନ୍ତି।
ଭାରତୀୟ ଦଳ :
ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ଯଶସ୍ୱୀ ଜୟସ୍ୱାଲ, ବିରାଟ କୋହଲି, ତିଲକ ବର୍ମା, ରିଙ୍କୁ ସିଂହ, ଜିତେଶ ଶର୍ମା (ୱିକେଟ୍ ରକ୍ଷକ), ସଞ୍ଜୁ ସାମସନ୍ (ୱିକେଟ୍ ରକ୍ଷକ), ଶିବମ୍ ଦୁବେ, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ରବି ବିଷ୍ନୋଇ, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ଆବେଶ ଖାନ୍ ଓ ମୁକେଶ କୁମାର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/WhatsApp-Image-2024-01-07-at-20.02.03.jpeg)