ମୁମ୍ବାଇ : ଏସିଆ କପ୍ ପାଇଁ ସୂର୍ଯ୍ୟ କୁମାର ଯାଦବଙ୍କ ନେତୃତ୍ବରେ ୧୫ ଜଣିଆ ଭାରତୀୟ କ୍ରିକେଟ୍ ଦଳ ଘୋଷଣା ହୋଇଛି । ଶୁବମନ ଗିଲଙ୍କୁ ଉପ-ଅଧିନାୟକ ଦାୟିତ୍ବ ପ୍ରଦାନ କରାଯାଇଛି । 

Advertisment

ଆସନ୍ତା ସେପ୍ଟେମ୍ବର ୯ରେ ହେବାକୁ ଥିବା ଏସିଆ କପ ପାଇଁ ଆଜି ଚୟନ କମିଟିର ବୈଠକ ବସିଥିଲା । ଏଥିରେ ବିଭିନ୍ନ ଖେଳାଳିଙ୍କ ନାମ ଉପରେ ଚର୍ଚ୍ଚା ହେବା ପରେ ଶେଷରେ ୧୫ ଜଣିଆ ନାମ ଚୂଡ଼ାନ୍ତ ହୋଇଥିଲା । ସଂଜୁ ସାମସନ ଓ ଅଭିଷେକ ବର୍ମା ଭାରତୀୟ ଦଳର ଓପନିଂ ସମ୍ଭାଳିବେ । ସେହିପରି ମଧ୍ୟକ୍ରମରେ ସୂର୍ଯ୍ୟକୁମାର, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ତିଳକ ବର୍ମା, ରିଙ୍କୁ ସିଂ ଆଦି ରହିବେ । ସେହିପରି ବୋଲିଂ ବିଭାଗରେ ଯଶପ୍ରୀତ ବୁମରା, ବରୁଣ ଚକ୍ରବର୍ତ୍ତି, ଅର୍ଶଦୀପ ସିଂ, ହର୍ଷିତ ରାଣା ଓ କୂଳଦୀପ ଯାଦବଙ୍କୁ ସ୍ଥାନ ଦିଆଯାଇଛି । 

ଟିମ ଇଣ୍ଡିଆ : ସୂର୍ଯ୍ୟକୁମାର ଯାଦବ (କ୍ୟାପଟେନ), ଶୁବମନ ଗିଲ (ଉପ-କ୍ୟାପଟେନ), ସଞ୍ଜୁ ସାମସନ, ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା, ଜସପ୍ରୀତ ବୁମ୍ରା, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ହର୍ଷିତ ରାଣା ଓ ରିଙ୍କୁ ସିଂ ।