ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, କେଏଲ ରାହୁଲ ଅଧିନାୟକ, ରୋହିତଙ୍କୁ ବିଶ୍ରାମ

ମୁମ୍ବାଇ : ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ଟି ଏକଦିବସୀୟ ମ୍ୟାଚ୍ ପାଇଁ ବିସିସିଆଇ ପକ୍ଷରୁ ଭାରତୀୟ ଦଳ ଘୋଷଣା କରାଯାଇଛି । ତେବେ ଏଥିରେ ଭାରତୀୟ ଏକଦିବସୀୟ ଓ ଟି୨୦ ଦଳର ନବନିଯୁକ୍ତ ଅଧିନାୟକ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି । ଅନ୍ୟପକ୍ଷରେ ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧଓ୍ବନ ଦଳକୁ ଫେରିଛନ୍ତି ।

ଏହି ସିରିଜ ପାଇଁ କେଏଲ ରାହୁଲଙ୍କୁ ଅଧିନାୟକ ଘୋଷଣା କରାଯାଇଛି । ଦଳରେ ସ୍ଥାନ ପାଇଥିବା ଅନ୍ୟ ଖେଳାଳୀମାନେ ହେଲେ ଶିଖର ଧଓ୍ବନ, ଋତୁରାଜ ଗାଏକ୍ବାଡ,ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଭେଙ୍କଟେସ ଆୟର, ଋଷଭ ପନ୍ତ, ଇଶାନ କିଷନ, ଯୁଜବେନ୍ଦ୍ର ଚହଲ, ଆର.ଅଶ୍ବୀନ, ଓ୍ବାସିଂଟନ ସୁନ୍ଦର, ଯଶପ୍ରୀତ ବୁମରା ଓ ଭୁବନେଶ୍ବର କୁମାର । ଆହତ ଥିବା ରୋହିତଙ୍କୁ ପୂର୍ବରୁ ଟେଷ୍ଟ ସିରିଜରୁ ବି ବାଦ ଦିଆଯାଇଥିଲା । ଅନ୍ୟପକ୍ଷରେ ଦୀପକ ଚହର, ପ୍ରସିଦ କ୍ରିଷ୍ଣା, ମହମ୍ମଦ ସିରାଜ ଓ ଶାର୍ଦ୍ଦୁଲ ଠାକୁରଙ୍କୁ ଷ୍ଟାଣ୍ଡବାଏ ଭାବେ ରଖାଯାଇଛି ।

ଆହତ ଥିବା ରୋହିତଙ୍କୁ ପୂର୍ବରୁ ଟେଷ୍ଟ ସିରିଜରୁ ବି ବାଦ ଦିଆଯାଇଥିଲା । ମିଳିଥିବା ସୂଚନା ଅନୁସାରେ ଟିମ ଫିଜିଓ, ଜାତୀୟ କ୍ରିକେଟ ଏକାଡେମୀରେ ଥିବା ଫିଜିଓ ଓ ଖୋଦ ରୋହିତଙ୍କ ସହ ଆଲୋଚନା କରି ତାଙ୍କୁ ବିଶ୍ରାମ ଦିଆଯାଇଛି ।

ସମ୍ବନ୍ଧିତ ଖବର