ନୂଆଦିଲ୍ଲୀ: ଆଗକୁ ୱେଷ୍ଟଇଣ୍ଡିଜ୍ ସହ ଟି-୨୦ମ୍ୟାଚ୍ ହେବାକୁ ଥିବା ବେଳେ ଭାରତୀୟ ଟିମକୁ ଏକ ବଡ଼ ଝଟକା ଲାଗିଛି। ମ୍ୟାଚ୍ ପୂର୍ବରୁ ଭାରତୀୟ କ୍ରିକେଟ ଟିମର ଜଣେ ଖେଳାଳି ଆହତ ହୋଇଛନ୍ତି। ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଟିମ୍ ଟି -୨୦ଦଳ ଘୋଷଣା କରିଥିଲା। ଅନେକ ଯୁବ ଖେଳାଳି ଏହି ଦଳରେ ସ୍ଥାନ ପାଇଥିଲେ, କିନ୍ତୁ ଟିମ୍ ଘୋଷଣା ପରେ ଏକ ବଡ଼ ଖବର ସାମ୍ନାକୁ ଆସିଛି।

Advertisment

ୱେଷ୍ଟଇଣ୍ଡିଜ୍ ଯାତ୍ରା ପାଇଁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜରେ ପ୍ରବେଶ କରିଥିବା ଦ୍ରୁତ ବୋଲର ଆବେଶ ଖାନ୍ ବର୍ତ୍ତମାନ ଆହତ ହୋଇଛନ୍ତି। ଦୁଲିପ ଟ୍ରଫି ପାଇଁ ସେଣ୍ଟ୍ରାଲ ଜୋନରୁ ଖେଳୁଥିବା ଆବେଶ ମ୍ୟାଚର ପ୍ରଥମ ଦିନରେ ରିଙ୍କୁ ସିଂଙ୍କ ସହ ଧକ୍କା ଖାଇଥିଲେ। ଏହା ପରେ ସେ ଦ୍ୱିତୀୟ ଦିନରେ ଫିଲ୍ଡିଂ ପାଇଁ ପଡ଼ିଆକୁ ଓହ୍ଲାଇନଥିଲେ।

କୁହାଯାଉଛି ଯେ, ପ୍ରଥମ ମ୍ୟାଚ ସମୟରେ ଫିଲ୍ଡିଂ କରୁଥିବା ବେଳେ ଆବେଶ ଖାନ ରିଙ୍କୁ ସିଂହଙ୍କ ସହ ଧକ୍କା ଖାଇବାରୁ ତାଙ୍କ ଡାହାଣ କାନ୍ଧରେ ଆଘାତ ଲାଗିଥିଲା। ଏହା ପରେ ଆବେଶଙ୍କୁ ପଡ଼ିଆରେ ଦେଖିବାକୁ ମିଳି ନଥିଲା। ଆହତ ହେବା ପୂର୍ବରୁ ଆବେଶ ମ୍ୟାଚରେ ୧୧ ଓଭରରେ ୨୬ରନ ଦେଇ ହେତ ପଟେଲଙ୍କ ଗୋଟିଏ ୱିକେଟ୍ ନେଇଥିଲେ। ତେବେ ଆବେଶ ଖାନଙ୍କ ଆଘାତ କେତେ ଗମ୍ଭୀର ସେ ବିଷୟରେ ବିସିସିଆଇ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ଯଦି ଆଘାତ ଅଧିକ ଗୁରୁତର ହୁଏ, ତେବେ ସେ ୱେଷ୍ଟଇଣ୍ଡିଜ୍ ଟି-୨୦ମ୍ୟାଚରୁ ବାଦ୍ ପଡ଼ିବେ।