ନୂଆଦିଲ୍ଲୀ: ବୁଧବାର ଦିନ ୪ଜଣ ଖେଳାଳି ଏବଂ ୩ଜଣ ସହଯୋଗୀ କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ ଭାରତୀୟ କ୍ରିକେଟ୍ ଟିମ୍ରେ କୋଭିଡ୍-୧୯ ସଂକ୍ରମଣ ହୋଇଥିବା ଜଣାପଡ଼ିଛି।
ଭୂତାଣୁଦ୍ବାରା ଆକ୍ରାନ୍ତ ଖେଳାଳିମାନେ ହେଲେ, ଶିଖର ଧାୱନ୍, ଋତୁରାଜ ଗାଏକ୍ୱାର୍ଡ, ଶ୍ରେୟସ୍ ଆୟେର୍ ଏବଂ ନବଦୀପ ସାଇନି। ସେମାନଙ୍କ ଛଡ଼ା, ଟିମ୍ ଇଣ୍ଡିଆର ୩ଜଣ ସହଯୋଗୀ କର୍ମଚାରୀ ମଧ୍ୟ କୋଭିଡ୍-୧୯ ପଜିଟିଭ୍ ବାହାରିଛନ୍ତି। ୱେଷ୍ଟ୍ ଇଣ୍ଡିଜ୍ ସିରିଜ୍ ଆରମ୍ଭ ହେବା ପୂର୍ବରୁ ସେମାନଙ୍କୁ ବାଧ୍ୟତାମୂଳକ ଭାବେ ଏକାନ୍ତବାସରେ ରଖାଯାଇଥିଲା।
ଭୂତାଣୁ ସଂକ୍ରମଣ କଥା ଜଣାପଡ଼ିବା ପରେ ଆଗାମୀ ସରିଜ୍ ପାଇଁ ଭାରତର ‘ଓଡିଆଇ’ ସ୍କ୍ବାଡ୍ରେ ମୟଙ୍କ୍ ଅଗ୍ରୱାଲ୍ଙ୍କୁ ସାମିଲ କରାଯାଇଛି।
/sambad/media/post_attachments/wp-content/uploads/2022/02/bat.jpg)
ସୂଚନାଯୋଗ୍ୟ, ୱେଷ୍ଟ୍ ଇଣ୍ଡିଜ୍ ବିପକ୍ଷରେ ‘ହ୍ବାଇଟ୍-ବଲ୍ ସିରିଜ୍’ ଖେଳିବା ପାଇଁ ଜାନୁଆରି ୩୧ ତାରିଖ ଦିନ ଅହମଦାବାଦରେ ଭାରତୀୟ ଟିମ୍ ଏକତ୍ର ହୋଇଥିଲେ। ଦକ୍ଷିଣ ଆଫ୍ରିକା ସିରିଜ୍ ଶେଷ କରି ଆସିଥିବା ଭାରତୀୟ ଖେଳାଳିମାନଙ୍କୁ ୩ ଦିନିଆ ଏକାନ୍ତବାସରେ ରଖାଯାଇଥିଲା।
ଏ ସଂକ୍ରାନ୍ତରେ ଜାରି କରିଥିବା ପ୍ରେସ୍ ରିଲିଜ୍ରେ ‘ବିସିସିଆଇ’ କହିଛି, ୩ ରାଉଣ୍ଡ୍ ‘ଆର୍ଟି-ପିସିଆର୍ ଟେଷ୍ଟିଙ୍ଗ୍’ ପରେ ଟିମ୍ ଇଣ୍ଡିଆର ତିନିଜଣ ଖେଳାଳିଙ୍କ ସମେତ ସାତଜଣ ସଦସ୍ୟ କୋଭିଡ୍-୧୯ ପଜିଟିଭ୍ ବାହାରିବାରୁ ‘ଅଲ୍-ଇଣ୍ଡିଆ ସିଲେକ୍ସନ୍ କମିଟି ଭାରତର ‘ଓଡିଆଇ’ ସ୍କ୍ବାଡ୍ରେ ମୟଙ୍କ ଅଗ୍ରୱାଲ୍ଙ୍କୁ ସାମିଲ କରିଛି।
ଫେବ୍ରୁଆରି ୬ ତାରିଖରେ ଅହମଦାବାଦରେ ଆରମ୍ଭ ହେବାକୁ ଥିବା ଏହି ସିରିଜ୍ ହେବ ଭାରତର ୧୦୦୦ତମ ‘ଓଡିଆଇ’ ମ୍ୟାଚ୍।