ଟିମ୍‌ ଇଣ୍ଡିଆରେ ବ୍ୟାପିଲା କୋଭିଡ୍‌-୧୯: ୪ ଖେଳାଳି ଓ ୩ ସହଯୋଗୀ କର୍ମଚାରୀ ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ: ବୁଧବାର ଦିନ ୪ଜଣ ଖେଳାଳି ଏବଂ ୩ଜଣ ସହଯୋଗୀ କର୍ମଚାରୀ ପଜିଟିଭ୍‌ ଚିହ୍ନଟ ହେବା ପରେ ଭାରତୀୟ କ୍ରିକେଟ୍‌ ଟିମ୍‌ରେ କୋଭିଡ୍‌-୧୯ ସଂକ୍ରମଣ ହୋଇଥିବା ଜଣାପଡ଼ିଛି।

ଭୂତାଣୁଦ୍ବାରା ଆକ୍ରାନ୍ତ ଖେଳାଳିମାନେ ହେଲେ, ଶିଖର ଧାୱନ୍‌, ଋତୁରାଜ ଗାଏକ୍‌ୱାର୍ଡ, ଶ୍ରେୟସ୍‌ ଆୟେର୍‌ ଏବଂ ନବଦୀପ ସାଇନି। ସେମାନଙ୍କ ଛଡ଼ା, ଟିମ୍‌ ଇଣ୍ଡିଆର ୩ଜଣ ସହଯୋଗୀ କର୍ମଚାରୀ ମଧ୍ୟ କ‌ୋଭିଡ୍‌-୧୯ ପଜିଟିଭ୍‌ ବାହାରିଛନ୍ତି। ୱେଷ୍ଟ୍‌ ଇଣ୍ଡିଜ୍‌ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ସେମାନଙ୍କୁ ବାଧ୍ୟତାମୂଳକ ଭାବେ ଏକାନ୍ତବାସରେ ରଖାଯାଇଥିଲା।

ଭୂତାଣୁ ସଂକ୍ରମଣ କଥା ଜଣାପଡ଼ିବା ପରେ ଆଗାମୀ ସରିଜ୍‌ ପାଇଁ ଭାରତର ‘ଓଡିଆଇ’ ସ୍କ୍ବାଡ୍‌ରେ ମୟଙ୍କ୍‌ ଅଗ୍ରୱାଲ୍‌ଙ୍କୁ ସାମିଲ କରାଯାଇଛି।

Image Courtesy of NDTV

ସୂଚନାଯୋଗ୍ୟ, ୱେଷ୍ଟ୍‌ ଇଣ୍ଡିଜ୍‌ ବିପକ୍ଷରେ ‘ହ୍ବାଇଟ୍‌-ବଲ୍‌ ସିରିଜ୍‌’ ଖେଳିବା ପାଇଁ ଜାନୁଆରି ୩୧ ତାରିଖ ଦିନ ଅହମଦାବାଦରେ ଭାରତୀୟ ଟିମ୍‌ ଏକତ୍ର ହୋଇଥିଲେ। ଦକ୍ଷିଣ ଆଫ୍ରିକା ସିରିଜ୍‌ ଶେଷ କରି ଆସିଥିବା ଭାରତୀୟ ଖେଳାଳିମାନଙ୍କୁ ୩ ଦିନିଆ ଏକାନ୍ତବାସରେ ରଖାଯାଇଥିଲା।

ଏ ସଂକ୍ରାନ୍ତରେ ଜାରି କରିଥିବା ପ୍ରେସ୍‌ ରିଲିଜ୍‌ରେ ‘ବିସିସିଆଇ’ କହିଛି, ୩ ରାଉଣ୍ଡ୍‌ ‘ଆର୍‌ଟି-ପିସିଆର୍‌ ଟେଷ୍ଟିଙ୍ଗ୍‌’ ପରେ ଟିମ୍‌ ଇଣ୍ଡିଆର ତିନିଜଣ ଖେଳାଳିଙ୍କ ସମେତ ସାତଜଣ ସଦସ୍ୟ କୋଭିଡ୍‌-୧୯ ପଜିଟିଭ୍‌ ବାହାରିବାରୁ ‘ଅଲ୍‌-ଇଣ୍ଡିଆ ସିଲେକ୍ସନ୍‌ କମିଟି ଭାରତର ‘ଓଡିଆଇ’ ସ୍କ୍ବାଡ୍‌ରେ ମୟଙ୍କ ଅଗ୍ରୱାଲ୍‌ଙ୍କୁ ସାମିଲ କରିଛି।

ଫେବ୍ରୁଆରି ୬ ତାରିଖରେ ଅହମଦାବାଦରେ ଆରମ୍ଭ ହେବାକୁ ଥିବା ଏହି ସିରିଜ୍‌ ହେବ ଭାରତର ୧୦୦୦ତମ ‘ଓଡିଆଇ’ ମ୍ୟାଚ୍‌।

ସମ୍ବନ୍ଧିତ ଖବର