ଦୁବାଇ : ୯ ସେପ୍ଟେମ୍ବରରୁ ଏସିଆ କପ୍ ୨୦୨୫ ଆରମ୍ଭ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳ ଦୁବାଇରେ ପହଞ୍ଚିଛି । ଭାରତର ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇରୁ ଦୁବାଇରେ ପହଞ୍ଚିଛି। ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ଶୁବମନ ଗିଲ ଓ ଯସପ୍ରୀତ ବୁମରା ଏପର୍ଯ୍ୟନ୍ତ ଦୁବାଇରେ ପହଞ୍ଚିନାହାନ୍ତି ।
ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ମଧ୍ୟ ଗୁରୁବାର ଦିଲ୍ଲୀରୁ ଦୁବାଇ ଯାଇଛନ୍ତି। ତାଙ୍କ ବ୍ୟତୀତ ଦ୍ରୁତ ବୋଲର ହର୍ଷିତ ରାଣା, ଅର୍ଶଦୀପ ସିଂହ ଏବଂ କୁଲଦୀପ ଯାଦବଙ୍କ ସମେତ ଅନ୍ୟ ଭାରତୀୟ କ୍ରିକେଟରମାନେ ମଧ୍ୟ ଦୁବାଇରେ ପହଞ୍ଚିଛନ୍ତି। ଅର୍ଶଦୀପଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟରୁ ଜଣାପଡିଛି ଯେ ସେ ଆଜି ସକାଳେ ଦୁବାଇ ଯାଇଛନ୍ତି।
ଭାରତ ନିଜର ପ୍ରଥମ ମ୍ୟାଚ ଆସନ୍ତା ୧୦ ତାରିଖରେ ୟୁଏଇ ବିରୋଧରେ ଖେଳିବ । ଭାରତୀୟ ଦଳ ଏସିଆ କପ୍ ଟାଇଟଲ୍ ରକ୍ଷା କରିବାକୁ ଖେଳିବ। ଶେଷ ଥର ପାଇଁ ଭାରତ ୨୦୨୩ ମସିହାରେ ଏସିଆ କପ୍ ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଭାରତ ଟାଇଟଲ୍ ଜିତିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/09/04/team-2025-09-04-23-00-57.png)