ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଇଂଲଣ୍ଡ ପହଂଚି ସାରିଛି। ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତର ସବୁଠାରୁ ବରିଷ୍ଠ ଟିମ୍‌, ଯାହାକି ଇଂଲଣ୍ଡରେ ମେ’ ମାସ ୩୦ରୁ ଆରମ୍ଭ ହେଉଥିବା ବିଶ୍ୱକପ୍‌ରେ ସବୁଠାରୁ ଅଭିଜ୍ଞତା ସଂପନ୍ନ ଖେଳାଳିଙ୍କୁ ନେଇ ନିଜର ଅଭିଯାନ ଆରମ୍ଭ କରିବ। ବିଶ୍ୱକପ୍‌ରେ ଭାରତ ୧୯୮୩ ଏବଂ ୨୦୧୧ରେ ଚାମ୍ପିଅନ୍‌ ହୋଇଛି। ଚାମ୍ପିଅନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବର୍ତ୍ତମାନର ଭାରତୀୟ ଟିମ୍‌ରେ ସ୍ଥାନ ପାଇଛନ୍ତି। ଧୋନୀଙ୍କ ଅଭିଜ୍ଞତା ୨୦୧୯ ବିଶ୍ୱକପ୍‌ରେ ଭଲ ସହାୟକ ହେବ ବୋଲି ପୂର୍ବାନୁମାନ କରାଯାଉଛି।

Advertisment

ଭାରତୀୟ ଟିମ୍‌ର ହାରାହାରି ବୟସ ୨୯.୫୩ ବର୍ଷ, ଯେଉଁଥିରେ ମହେନ୍ଦ୍ର ସିଂହ ଧୋନି (୩୭ ବର୍ଷ) ସବୁଠାରୁ ବୟସ୍କ। କୁଲଦୀପ ଯାଦବ (୨୪) ସର୍ବ କନିଷ୍ଠ ଭାରତୀୟ ଖେଳାଳି। ବିଶ୍ୱକପ୍‌ରେ ଅଂଶଗ୍ରହଣ କରିଥିବା ଟିମ୍‌ରେ ଶ୍ରୀଲଙ୍କା (୨୯.୯) ଓ ଦକ୍ଷିଣ ଆଫ୍ରିକା (୨୯.୫) ପରେ ଭାରତୀୟ ଟିମ୍‌ ସବୁଠାରୁ ଅଧିକ ବରିଷ୍ଠ।

publive-image Zee News

ବିଶ୍ୱକପ୍‌ରେ ଅଂଶଗ୍ରହଣ କରୁଥିବା ସମସ୍ତ ଟିମ୍‌ ନିଜର ୧୫ ଜଣିଆ ଟିମ୍‌ ଘୋଷଣା କରିସାରିଛନ୍ତି। ଦକ୍ଷିଣ ଆଫ୍ରିକାର ଇମ୍ରାନ ତାହିର (୪୦) ବର୍ଷ ସବୁଠାରୁ ବରିଷ୍ଠ ଖେଳାଳି। ଆଫଗାନିସ୍ତାନର ମୁଜୀବ ଉର ରହମାନ (୧୮) ବର୍ଷ ସର୍ବ କନିଷ୍ଠ ଖେଳାଳି ନିଜର ପ୍ରତିଭା ପ୍ରଦର୍ଶନ କରିବେ।

ଭାରତ ପକ୍ଷରୁ ଧୋନି ହେଉଛନ୍ତି ସବୁଠାରୁ ଅଭିଜ୍ଞତା ସଂପନ୍ନ ଖେଳାଳି। ସେ ଭାରତ ପକ୍ଷରୁ ୩୩୮ ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ତାଙ୍କ ବ୍ୟତୀତ କୌଣସି ଭାରତୀୟ ଖେଳାଳି ୩୦୦ ଦିନିକିଆ ଖେଳି ନାହାନ୍ତି। କୋହଲି ୨୨୭, ରୋହିତ ଶର୍ମା ୨୦୬, ରବୀନ୍ଦ୍ର ଜାଦେଜା ୧୫୧, ଶିଖର ଧାଓ୍ଵନ ୧୨୮ ଏବଂ ଭୁବନେଶ୍ୱର କୁମାର ୧୦୫ ମ୍ୟାଚ୍‌ ଖେଳିଛନ୍ତି।