ଟି-୨୦ ପରେ ଦିନିକିଆ ପାଇଁ ପ୍ରସ୍ତୁତ ଭାରତ, ଟିମରେ ୪ ନୂଆ ଖେଳାଳି ସାମିଲ, ଫେରିଲେ କ୍ରିସ୍‌ ଗେଲ୍‌

ଜର୍ଜଟାଉନ (ଗୟନା): ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ଦ୍ୱାରା ପରିଚାଳିତ ବିଶ୍ୱକପର ସେମିଫାଇନାଲରୁ ବିଦାୟ ନେବା ପରେ ଭାରତୀୟ ଟିମ୍‌ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ରେ ଭଲ ପ୍ରଦର୍ଶନ କରିଛି। ଭାରତୀୟ ଟିମ୍‌ ଟି-୨୦ ସିରିଜକୁ ୩-୦ରେ ବିଜୟୀ ହୋଇଛି। ଭାରତ ଟି-୨୦ ବିଶ୍ୱ ବିଜେତାକୁ ପ୍ରତ୍ୟେକ ମ୍ୟାଚରେ ପାଖାପାଖି ଏକତରଫା ପରାସ୍ତ କରିଛି। ଏବେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ଟିମ୍‌ ଦିନିକିଆରେ ମଧ୍ୟ ଏହି କ୍ରମକୁ ଜାରି ରଖିବାକୁ ଚାହିଁବ।

ଟି-୨୦ ଓ ଦିନିକିଆରେ ୪ ଖେଳାଳିଙ୍କୁ ସ୍ଥାନ ମିଳିଛି। ଦୀପକ-ରାହୁଲ ଚାହର ଦିନିକିଆ ଟିମ୍‌ରେ ସାମିଲ ନାହାନ୍ତି। ଓ୍ଵାସିଙ୍ଗଟନ୍‌ ସୁନ୍ଦର ମଧ୍ୟ ୫୦ ଓଭର ବିଶିଷ୍ଟ ମ୍ୟଚ୍‌ରେ ଭାରତୀୟ ଟିମ୍‌ର ଅଂଶଗ୍ରହଣ ହେବେ ନାହିଁ। ଦିନିକିଆରେ କୁଲଦୀପ ଯାଦବ ଏବଂ ୟୁଜବେନ୍ଦ୍ର ଚହଲଙ୍କ ସ୍ପିନ ଯୋଡ଼ି ଦେଖିବାକୁ ମିଳିବ। ସେହିପରି କ୍ରୁଣାଲ ପାଣ୍ଡ୍ୟାଙ୍କ ସ୍ଥାନରେ କେଦାର ଯାଦବଙ୍କୁ ସ୍ଥାନ ମିଳିବ। ବିଶ୍ୱକପ୍‌ରେ ଭଲ ବୋଲିଂ କରିଥିବା ଦ୍ରୁତ ବୋଲର ମହମ୍ମଦ ସାମି ଟିମ୍‌କୁ ଫେରୁଛନ୍ତି।

ୱେଷ୍ଟଇଣ୍ଡିଜ ଟିମ୍‌ରେ ମଧ୍ୟ କିଛି ପରିବର୍ତ୍ତନ ହୋଇଛି। ଦିନିକିଆ ଫର୍ମାଟରେ ଜେସନ ହୋଲଡରଙ୍କ ହାତରେ ଅଧିନାୟକ ଦାୟିତ୍ୱ ରହିବ। କିରଣ ପୋଲାର୍ଡ ଟିମ୍‌ରେ ନଥିବା ବେଳେ ରୋଷ୍ଟନ ଚେଜ, କ୍ରିସ ଗେଲ, କେମାର ରୋଚ ସାଇ ହୋପ ଟିମ୍‌କୁ ଆସୁଛନ୍ତି।

ସମ୍ବନ୍ଧିତ ଖବର