କୋଲକାତା: ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଟିମ୍ ଇଣ୍ଡିଆ ପାଖରେ କୋଲକାତାର ଇଡେନ ଗାର୍ଡେନରେ କିଛି ନୂଆ ରେକର୍ଡ କରିବାର ସୁଯୋଗ ଆସିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ସନ୍ଧ୍ୟା ୭ଟାରେ ଭାରତୀୟ ଟିମ୍ ୱେଷ୍ଟଇଣ୍ଡିଜ୍କୁ ୩ ଟି-୨୦ ମ୍ୟାଚ ଶୃଙ୍ଖଳାର ପ୍ରଥମ ମୁକାବିଲା କରିବ। ଶିଖର ଧାଓ୍ଵନଙ୍କ ପାଇଁ ନିଜର ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରର ୧୦୦୦ ରନ୍ ପୂରା କରିବାର ସୁଯୋଗ ଆସିଛି। ଏଥି ପାଇଁ ତାଙ୍କୁ ୨୩ ରନ୍ ଆବଶ୍ୟକ ଅଛି। ଧାଓ୍ଵନ୍ (୩୨) ଏପର୍ଯ୍ୟନ୍ତ ୪୦ଟି ମ୍ୟାଚ ଖେଳିଛନ୍ତି।
ୱେଷ୍ଟଇଣ୍ଡିଜ ବିରୋଧରେ ଏହି ମୁକାବିଲାରେ ଋଷଭ ପନ୍ତ ୩ଟି ଛକା ହାସଲ କଲେ, ସେ ଟି-୨୦ରେ ନିଜର ୧୦୦ ଛକା ପୂରଣ କରିବେ। ପନ୍ତ (୨୧) ଏପର୍ଯ୍ୟନ୍ତ ୪ଟି ଟି-୨୦ ଅନ୍ତର୍ଜାତୀୟ ସମେତ ୫୫ଟି ଟି-୨୦ ମୁକାବିଲା ଖେଳିଛନ୍ତି।
ଯଶପ୍ରୀତ ବୁମରା ଟି-୨୦ କ୍ରିକେଟରେ ୧୫୦ ଓ୍ଵିକେଟ ପୂରା କରିବାକୁ ୩ଟି ଓ୍ଵିକେଟ ଦରକାର କରୁଛନ୍ତି। ବୁମରା ୩୫ଟି ଅନ୍ତର୍ଜାତୀୟ ଟି-୨୦ ସମେତ ୧୨୬ଟି ଟି-୨୦ ମ୍ୟାଚ ଖେଳିଛନ୍ତି।
ସେହିପରି ରେକର୍ଡ ସୃଷ୍ଟି ପାଇଁ କୁଲଦୀପ ଯାବଙ୍କ ପାଇଁ ସୁଯୋଗ ଅଛି। ମାତ୍ର ୩ଟି ଓ୍ଵିକେଟ ନେଲେ ସେ ଶତକୀୟ ଓ୍ଵିକେଟ ପୂରଣ କରିବେ।