ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧୀ ସଚେତନତା ପାଇଁ ଶନିବାରଠାରୁ ବିସିସିଆଇ ଏହାର ଟ୍ବିଟର୍ ହ୍ୟାଣ୍ଡଲ୍କୁ 'ଟିମ୍ ଇଣ୍ଡିଆ' ବଦଳରେ 'ଟିମ୍ ମାସ୍କ୍ ଫୋର୍ସ' କରି ଦେଇଛି। କରୋନା ଭୂତାଣୁ କବଳରୁ ରକ୍ଷା ପାଇବା ପାଇଁ ତୁଣ୍ଡି (ମାସ୍କ) ଶ୍ରେଷ୍ଠ ବିକଳ୍ପ ହୋଇଥିବାରୁ ବିସିସିଆଇ ଏହି ଅଭିଯାନରେ ସାମିଲ ହୋଇଛି। କିଂବଦନ୍ତି ସଚିନ ତେନ୍ଦୁଲକର ମାସ୍କ ଦେଖାଉଥିବାକୁ ମଧ୍ୟ ଏହି ଅଭିଯାନରେ ବ୍ୟବହାର କରାଯାଇଛି। ବହୁ ଭାରତୀୟ କ୍ରିକେଟର୍ ମଧ୍ୟ ଏହି ମହତ କାମରେ ନିଜକୁ ନିୟୋଜିତ କରିଛନ୍ତି। ସୌରଭ ଗାଙ୍ଗୁଲି, ସ୍ମୃତି ମନ୍ଧାନା, ରୋହିତ ଶର୍ମା, ହଭରଜନ ସିଂହ, ମିତାଲି ରାଜ, ରାହୁଲ ଦ୍ରାବିଡ଼, ହରମନପ୍ରୀତ୍ କୌର ଏବଂ ବୀରେନ୍ଦ୍ର ସେହବାଗ ଏଥିରେ ସାମିଲ ହୋଇ ତୁଣ୍ଡି ବ୍ୟବହାର କରିବାର ମହତ୍ବକୁ ବୁଝାଇଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିସିସିଆଇର ପ୍ରୟାସକୁ ପ୍ରଶଂସା କରିବା ସହ ଅନ୍ୟମାନେ ଏହାକୁ ଅନୁସରଣ କରିବାକୁ ପରାମର୍ଶ ଦେଇଛନ୍ତି। ମୋଦୀ ମଧ୍ୟ ସରକାରଙ୍କ ଆରୋଗ୍ୟ ସେତୁ ଆପ୍କୁ ଡାଉନ୍ ଲୋଡ୍ କରି ସରକାରୀ ନିୟମାବଳୀକୁ ମାନିବାକୁ ଏହି ଅବସରରେ ପୁନଃ ନିବେଦନ କରିଛନ୍ତି।
‘ଟିମ୍ ଇଣ୍ଡିଆ’ ହେଲା ‘ଟିମ୍ ମାସ୍କ ଫୋର୍ସ’; ବିସିସିଆଇକୁ ମୋଦୀଙ୍କ ପ୍ରଶଂସା
/sambad/media/post_attachments/wp-content/uploads/2020/04/gfjdgj7dg98j7dg98j7dg98j798dgjdgjgdjdgjdgjdgjdgjdgjdgjdjgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)