ମୁମ୍ବାଇ: ବିସିସିଆଇ ବୁଧବାର ୨୦୨୫-୨୬ କ୍ରିକେଟ୍ ଋତୁ ଲାଗି ଆନୁଷ୍ଠାନିକ ଭାବେ ଭାରତୀୟ କ୍ରିକେଟ୍ ଦଳର ଘରୋଇ ସୂଚୀ ଘୋଷଣା କରିଛି। ତଦନୁଯାୟୀ ଭାରତୀୟ କ୍ରିକେଟ୍ ଦଳ ଅକ୍ଟୋବର ମାସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅହମଦାବାଦ ଓ କୋଲ୍‌କାତାରେ ଦୁଇଟି ଟେଷ୍ଟ୍ ଖେଳିବ। ଏହା ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨ଟି ଟେଷ୍ଟ୍, ୩ଟି ଦିନିକିଆ ଏବଂ ୫ଟି ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବ। ଏହି ଦୁଇ ଶୃଙ୍ଖଳା ପୂର୍ବରୁ ଟିମ୍ ଇଣ୍ଡିଆ ଇଂଲଣ୍ଡ ଯାଇ ସେଠାରେ ୫ ଟେଷ୍ଟ୍ ଖେଳିବ। ପୁଣି ଏସିଆ କପ୍ ଖେଳି ଇଣ୍ଡିଜ୍ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳାରେ ଅବତୀର୍ଣ୍ଣ ହେବ।

Advertisment

ଅକ୍ଟୋବରରେ ଆସିବ ୱେଷ୍ଟଇଣ୍ଡିଜ୍‌
ନଭେମ୍ବରରେ ଦକ୍ଷିଣ ଆଫ୍ରିକା
ବାରବାଟୀ ଟ୍ବେଣ୍ଟି-୨୦ରେ ମୋହର

ssscxcx

ଏବର୍ଷ ଆସାମର ବର୍ଷାପାରା ଷ୍ଟାଡିୟମ୍‌ରେ ପ୍ରଥମ ଥର ଲାଗି ଟେଷ୍ଟ୍ ମ୍ୟାଚ୍ ଖେଳାଯିବ। ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ୍ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ଏଠାରେ ଖେଳାଯିବ। ପ୍ରଥମ ଟେଷ୍ଟ୍‌ ନୂଆଦିଲ୍ଲୀରେ ଆୟୋଜିତ ହେବ। ସେହିଭଳି ଘରୋଇ ଦିନିକିଆ ଋତୁର ମ୍ୟାଚ୍‌ଗୁଡ଼ିକ ରାଞ୍ଚି, ରାୟପୁର ଓ ବିଶାଖାପାଟଣାରେ ଖେଳାଯିବ। ଟ୍ବେଣ୍ଟି-୨୦ ଋତୁ କଟକରେ ଡିସେମ୍ବର ୯ ତାରିଖରୁ ଆରମ୍ଭ ହୋଇ ଚଣ୍ଡିଗଡ଼, ଧର୍ମଶାଳା, ଲକ୍ଷ୍ନୌ ଓ ଅହମଦାବାଦରେ ଶେଷ ହେବ। ଦକ୍ଷିଣ ଆଫ୍ରିକା ବିପକ୍ଷ ଏହି ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୨୦୨୬ ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ପ୍ରସ୍ତୁତି ପର୍ବ ଭାବେ ନିଆଯିବ। ବିଶ୍ବକପ୍ ୨୦୨୬ ମସିହା ଫେବ୍ରୁଆରି ମାସରେ ଭାରତ ଓ ଶ୍ରୀଲଙ୍କାରେ ଆୟୋଜିତ ହେବ।