ମଡେଲଙ୍କ ଦେହରେ ଦଳ

କଲମ୍ବିଆର ପ୍ରତିଷ୍ଠିତ ଚିତ୍ରକର ଜିଓଭାନି ଜିତ୍ରୋ ମସ୍କୋ ବିଶ୍ୱକପରେ ଅଂଶ ଗ୍ରହଣ କରୁଥିବା ୩୨ ଦଳର ଜର୍ସିକୁ ୩୨ ଜଣ ମଡେଲଙ୍କ ଦେହରେ ସ୍ଥାନ ଦେଇଛନ୍ତି। ବଛା ବଛା ଓ ସୁନ୍ଦରୀ ମଡେଲଙ୍କ ମୁକୁଳା ଦେହରେ ସେ ଏହି ତୈଳଚିତ୍ର ଆଙ୍କିଛନ୍ତି। ଜଣେ ବଡି ପେଣ୍ଟର ବା ଶରୀର ଚିତ୍ରକର ଭାବେ ବେଶ୍‌ ନା କମାଇଥିବା ଜିତ୍ରୋ ଏହି ଫଟୋଗୁଡ଼ିକୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ଏଥିରେ ଭିନ୍ନ ଭିନ୍ନ ଭଙ୍ଗୀରେ ମଡେଲଙ୍କ ଅଣ୍ଟା ଉପରେ ୩୨ ଦେଶର ଜର୍ସି ଅଙ୍କା ଯାଇଛି। ଯାହାକୁ ଫୁଟବଲ୍‌ ପ୍ରେମୀ ବେଶ୍‌ ପସନ୍ଦ କରୁଛନ୍ତି। ମଡେଲମାନେ ମଧ୍ୟ ବିଶ୍ୱକପ୍‌ ବାହାନାରେ ମିଳୁଥିବା ଲୋକପ୍ରିୟତାକୁ ମନଭରି ଉପଯୋଗ କରୁଛନ୍ତି।

ସମ୍ବନ୍ଧିତ ଖବର