ନୂଆଦିଲ୍ଲୀ:ୱେଷ୍ଟଇଣ୍ଡିଜ ବିପକ୍ଷରେ ଜାରି ଥିବା ଦିନିକିଆ ଶୃଙ୍ଖଳାର ଶେଷ ୩ଟି ମ୍ୟାଚ ପାଇଁ ଗୁରୁବାର ୧୫ ଜଣିଆ ଭାରତୀୟ ଟିମ୍ ଘୋଷଣା କରାଯାଇଛି। ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଓ ଯଶପ୍ରୀତ ବୁମରା ଭାରତୀୟ ଟିମକୁ ଫେରିଛନ୍ତି। ମହମ୍ମଦ ସାମି ଦଳରୁ ବାଦ ପଡ଼ିଛନ୍ତି। ଶୃଙ୍ଖଳାର ୩ୟ ଦିନିକିଆ ଅକ୍ଟୋବର ୨୭ରେ ଖେଳାଯିବ। ୫ ଦିନିକିଆ ମ୍ୟାଚ ଶୃଙ୍ଖଳାରେ ଭାରତ ୧-୦ରେ ଅଗ୍ରଣୀ ଥିବା ବେଳେ ବୁଧବାର ୨ୟ ଦିନିକିଆ ଟାଇ ହୋଇଥିଲା।
ଭାରତୀୟ ଟିମ୍: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), ଶିଖର ଧାଓ୍ଵନ, ଅବାନ୍ତି ରାୟଡୁ, ଋଷଭ ପନ୍ତ, ଏମ୍ଏସ୍ ଧୋନି (ଓ୍ଵିକେଟକିପର), ରବୀନ୍ଦ୍ର ଜାଦେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଯସପ୍ରୀତ ବୁମରା, ଖଲିଲ ଅହମଦ, ଉମେଶ ଯାଦବ, କେଏଲ ରାହୁଲ, ମନୀଷ ପାଣ୍ଡେ।
Announcement: #TeamIndia for last three ODIs against Windies announced. Jasprit Bumrah & Bhuvneshwar Kumar are back in the side #INDvWI pic.twitter.com/jzuJw4Sana
— BCCI (@BCCI) October 25, 2018
ଟି-୨୦ ପାଇଁ ଶୁକ୍ରବାର ହେବ ଖେଳାଳିଙ୍କ ଚୟନ!
ଅନୁମାନ କରାଯାଉଛି ଯେ, ରାଷ୍ଟ୍ରୀୟ ଚୟନ କମିଟି ୱେଷ୍ଟଇଣ୍ଡିଜ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ମୋଟ ୬ଟି ଟି-୨୦ ମ୍ୟାଚ ପାଇଁ ପୁନେରେ ଶୁକ୍ରବାର ଚୟନ କରିପାରନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ୩ଟି ଟି-୨୦ ମ୍ୟାଚ ତା’ର ମାଟିରେ ଖେଳାଯିବ। ଏହା ଦେଖିବାକୁ ହେବ ଯେ, ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଟି-୨୦ ମ୍ୟାଚ ଖେଳୁଛନ୍ତି ନା ନାହିଁ।
ୱେଷ୍ଟଇଣ୍ଡିଜ ବିପକ୍ଷରେ ଚଳିତ ଶୃଙ୍ଖଳାର ଶେଷ ୩ଟି ଦିନିକିଆ
ଅକ୍ଟୋବର ୨୭: ୩ୟ ଦିନିକିଆ – ପୁନେ
ଅକ୍ଟୋବର ୨୯: ୪ର୍ଥ ଦିନିକିଆ – ମୁମ୍ବାଇ
ନଭେମ୍ବର ୧: ୫ମ ଦିନିକିଆ: ଥିରୁବନ୍ତପୁରମ୍