ଦୁବାଇ: ଟ୍ବେଣ୍ଟି-୨୦ ଲିଗ୍ ପରେ ଟେନ୍-୧୦ କ୍ରିକେଟ୍ର ଲୋକପ୍ରିୟତା ଧିରେ ଧିରେ ବଢ଼ିବାରେ ଲାଗିଛି। ସେଥିପାଇଁ ପ୍ରଥମ ସଂସ୍କରଣର ଅପାର ସଫଳତା ପରେ ୟୁଏଇର ଏମିରେଟ୍ସ କ୍ରିକେଟ୍ ବୋର୍ଡ (ଇସିବି) ଚଳିତ ବର୍ଷ ତା’ର ଟି-୧୦ ଲିଗ୍କୁ ଆହୁରି ବ୍ୟାପକ ଏବଂ ବିସ୍ତୃତ କରିବାକୁ ନିଷ୍ପତ୍ତି ନେଇଛି। ୧୦ ଓଭରିଆ ପାଳି ଖେଳା ଯାଉଥିବା ଟେନ୍-ଟେନ୍ ବା ଟି-୧୦ ଲିଗ୍ର ଦ୍ବିତୀୟ ସଂସ୍କରଣ ଆସନ୍ତା ନଭେମ୍ବର ୨୩ରୁ ଆରମ୍ଭ ହେବ। ଏଥିରେ ୨୯ ମ୍ୟାଚ୍ ଖେଳାଯିବ। ଗତବର୍ଷ ଏହି ଲିଗ୍ ମାତ୍ର ୪ ଦିନ ଭିତରେ ଶେଷ ହୋଇଥିଲା। ଚଳିତ ବର୍ଷ କିନ୍ତୁ ୧୦ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ଇସିବି ବୁଧବାର େଘାଷଣା କରିଛି। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହବାଗ, ପାକିସ୍ତାନର ପୂବର୍ତନ ଅଧିନାୟକ ସାହିଦ ଆଫ୍ରିଦି, ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ସେନ୍ ୱାଟସନ୍ ଓ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକଲମ୍ ଲିଗର ଆଇକନ୍ ଖେଳାଳି ଘୋଷିତ ହୋଇଛନ୍ତି। ଏଥିରେ ୮ଟି ଦଳ ଅଂଶ ଗ୍ରହଣ କରିବେ। ଗତବର୍ଷର ପ୍ରଥମ ସଂସ୍କରଣରେ କେରଳ କିଙ୍ଗ୍ସ, ପଂଜାବ ଲିଜେଣ୍ଡ୍ସ, ମରାଥା ଆରବିଆନ୍ସ, ବେଙ୍ଗଲ ଟାଇଗର୍ସ, ରାଜପୁତ୍ସ, ପଖତୁନ୍ସ ଏଭଳି ୬ଟି ଦଳ ଅଂଶ ଗ୍ରହଣ କରିଥିଲେ। ଚଳିତ ବର୍ଷ ଆଉ ଦୁଇଟି ଦଳ ଯଥା ଦି କରାଚିଆନ୍ସ ଏବଂ ନର୍ଦନ ୱାରିୟର୍ସ ସାମିଲ ହୋଇଛନ୍ତି। ଏହି ପ୍ରତିଯୋଗିତା ମୁଖ୍ୟତଃ ଅବସରପ୍ରାପ୍ତ ଖେଳାଳିଙ୍କୁ ନେଇ ଆୟୋଜିତ ହେଉଛି। ଏଣୁ ଆଇପିଏଲ୍ ପ୍ରତି ଏହା ବଡ଼ ବିପଦ ସୃଷ୍ଟି କରିବାର ଆଶଙ୍କା କମ୍। ତେବେ ଏହି ପ୍ରତିଯୋଗିତାକୁ ଆଇସିସି ସ୍ବୀକୃତି ଦେଇଛି। ଦୁର୍ନୀତି ଦୂର କରିବା ଲାଗି ଆଇସିସି ମ୍ୟାଚ୍ େରଫରି ରୋଶନ ମହାନାମାଙ୍କୁ ବୈଷୟିକ ସମିତିର ମୁଖ୍ୟ ନିଯୁକ୍ତ କରାଯାଇଛି। ସେହିଭଳି କୁନି କୁନି କ୍ରିକେଟ୍ ପ୍ରତିଭାଙ୍କୁ ଚିହ୍ନଟ କରିବା ଲାଗି ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମଙ୍କୁ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମର ନିର୍ଦେଶକ ନିଯୁକ୍ତ କରାଯାଇଛି।
ଟ୍ବେଣ୍ଟି-୨୦ ପରେ ଟେନ୍-୧୦
ନଭେମ୍ବର ୨୩ରୁ ଟି-ଟେନ୍ ଲିଗ୍ର ଦ୍ବିତୀୟ ସଂସ୍କରଣ, ସେହବାଗ, ଆଫ୍ରିଦି, ମ୍ୟାକଲମ୍ ଆଇକନ୍ ପ୍ଲେୟାର
/sambad/media/post_attachments/wp-content/uploads/2018/10/virender-sehwag-virender-sehwag-3_105847_730x419-m.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)