ନୂଆଦିଲ୍ଲୀ: ସ୍ବିଜରଲାଣ୍ଡର ମହାନ ଟେନିସ୍ ତାରକା ରୋଜର ଫେଡେରରଙ୍କ ପ୍ରସିଦ୍ଧ ଫୋରହ୍ୟାଣ୍ଡ୍ ସଟ୍କୁ ଅନୁକରଣ କରିବାକୁ ଚେଷ୍ଟା କରିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ସଚିନ ଶନିବାର ନିଜ ଟ୍ବିଟର ପୃଷ୍ଠାରେ ୧୧ ସେକେଣ୍ଡର ଏକ ଭିଡିଓ ପ୍ରକାଶ କରିଛନ୍ତି। ଏଥିରେ ଫେଡେରରଙ୍କ ଭଳି ଫୋରହ୍ୟାଣ୍ଡ୍ ସଟ୍ ଖେଳିବାକୁ ଚେଷ୍ଟା କରିଛନ୍ତି ସେ। ତେବେ ଭିଡିଓ ପ୍ରକାଶ କରି ସଚିନ ଏହି ସଟ୍କୁ କିଭଳି ଆହୁରି ଭଲ ଭାବରେ ଖେଳିପାରିବେ, ସେଥିନେଇ ଫେଡେରରଙ୍କଠାରୁ ପରାମର୍ଶ ଲୋଡ଼ିଛନ୍ତି। ସଚିନ ଭିଡିଓ ତଳେ ଲେଖିଛନ୍ତି ‘‘ ହେ ଫେଡେରର, ମୋ ଫୋରହ୍ୟାଣ୍ଡ୍ ସଟ୍ ଲାଗି ତୁମ ପାଖରେ କିଛି ପରାମର୍ଶ ଅଛି କି’’। ସଚିନ କ୍ରିକେଟ୍ ଜଗତର ସର୍ବାଧିକ ଅନ୍ତର୍ଜାତୀୟ ଶତକ ହାସଲକାରୀ ହୋଇଥିଲା ବେଳେ ଫେଡେରର ହେଉଛନ୍ତି ସର୍ବାଧିକ ଗ୍ରାଣ୍ଡସ୍ଲାମ୍ ବିଜୟୀ ପୁରୁଷ ଏକକ ଟେନିସ୍ ତାରକା। ୨୪ ବର୍ଷର ଖେଳ ଜୀବନ ଭିତରେ ସଚିନ ୬ ବିଶ୍ବକପ୍ ଖେଳିଛନ୍ତି। ସଚିନ ଅବସର ନେଇସାରିଥିଲା ବେଳେ ଫେଡେରର କିନ୍ତୁ ଏବେ ବି ଟେନିସ୍ କୋର୍ଟରେ ବେଶ୍ ସକ୍ରିୟ ଅଛନ୍ତି। ସୂଚନାଯୋଗ୍ୟ ଯେ ଫେଡେରରଙ୍କ ଫୋରହ୍ୟାଣ୍ଡ୍ ସଟ୍ ବେଶ୍ ଶକ୍ତିଶାଳୀ ହୋଇଥିଲା ବେଳେ ଏହାକୁ ସମ୍ମୁଖୀନ ହେବା ଅଧିକାଂଶ ଟେନିସ୍ ଖେଳାଳିଙ୍କ ପାଇଁ ସହଜ ହୋଇନଥାଏ।
ଫେଡେରରଙ୍କ ପରାମର୍ଶ ଲୋଡ଼ିଲେ ସଚିନ
/sambad/media/post_attachments/wp-content/uploads/2020/07/sachin-fedrere.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)