ପାକିସ୍ତାନ ପାଇଁ କ୍ଷେତ୍ରରକ୍ଷଣ କରିଥିଲେ ସଚିନ

ନୂଆଦିଲ୍ଲୀ: ୧୯୮୯ ମସିହାରେ ସଚିନ ତେନ୍ଦୁଲକର କରାଚୀ‌ରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ୍ ପଦାର୍ପଣ କରିଥିଲେ। କିନ୍ତୁ ଅନେକ ଲୋକଙ୍କୁ ଅଜଣା ଥିବ ସଚିନ ଏକ ପ୍ରଦର୍ଶନୀ ମ୍ୟାଚ୍‌ରେ ଦିନେ ପାକିସ୍ତାନ ଦଳ ପାଇଁ ମହାନ ଖେଳାଳିମାନଙ୍କ ଗହଣରେ ‌କ୍ଷେତ୍ରରକ୍ଷଣ କରିଥିଲେ। ପାକିସ୍ତାନ ଦଳ ଭାରତ ଗସ୍ତରେ ଆସି ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିୟମ୍‌ରେ ଏକ ପ୍ରଦର୍ଶନୀ ମ୍ୟାଚ୍‌ ଖେଳିଥିବା ବେଳେ ୧୩ ବର୍ଷୀୟ ସଚିନ ପଡ଼ିଆକୁ ପ୍ରବେଶ କରି ଜାଭେଦ ମିଆଁଦାଦ ଏବଂ ଅବଦୁଲ କାଦିରଙ୍କ ଭଳି ଖେଳାଳିଙ୍କ ସହ ଖେଳିଥିଲେ। ନିଜ ଆତ୍ମଜୀବନୀ ‘ପ୍ଲେୟିଂ ଇଟ୍ ମାଇଁ ୱେ’ରେ ୪୭ ବର୍ଷୀୟ ସଚିନ ଏହି କଥାକୁ ଉଲ୍ଲେଖ କରିଛନ୍ତି। ପାକିସ୍ତାନୀ ଅଲରାଉଣ୍ଡର୍‌ ଇମ୍ରାନ୍ ଖାନ୍‌ ଏହାକୁ ମନେ ରଖିଛନ୍ତି କି ନାଁ ମୁଁ ଜାଣିନାହିଁ ବୋଲି ସଚିନ ମଧ୍ୟ ପ୍ରକାଶ କରିଛନ୍ତି। କ୍ଷେତ୍ରରକ୍ଷଣ ଅବସରରେ ସେ କପିଳ ଦେବଙ୍କ ଏକ କ୍ୟାଚ୍‌ ନେବାର ସ‌ୁଯୋଗ ବି ପାଇଥିଲେ। ଏଥିପାଇଁ ସେ ଲମ୍ବା ଦୌଡ଼ି ଯାଇଥିଲେ ମଧ୍ୟ ଧରିପାରିନଥିଲେ।

ସମ୍ବନ୍ଧିତ ଖବର