ସାରଜା: ୨୨୩ ରନ୍ର ବିଶାଳ ସ୍କୋର କରି ପରାଜିତ ହେବା ରବିବାର କିଙ୍ଗ୍ସ ଏକାଦଶ ପଞ୍ଜାବକୁ ସ୍ତବ୍ଧ କରି ଦେଇଥିଲା। ସୀମାରେଖା ପାଖରେ ଏହି ଦଳର ୱେଷ୍ଟଇଣ୍ଡିଆନ୍ ତାରକା ନିକୋଲାସ୍ ପୂରନ ଯେଭଳି ଅବିଶ୍ବସନୀୟ ଢଙ୍ଗରେ ଶୂନ୍ୟକୁ ଡାଇଭ୍ ମାରି ସଞ୍ଜୁ ସାମସନଙ୍କ ଛକାକୁ ରୋକିଥିଲେ, ତାକୁ କିନ୍ତୁ କ୍ରିକେଟ୍ର ମହାନ ତାରକାମାନେ ପ୍ରଶଂସା ନ କରି ରହି ପାରୁ ନାହାନ୍ତି। ଏହି କ୍ଷେତ୍ରରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ସର୍ବାଗ୍ରେ ରହିଛନ୍ତି। ପୂରନଙ୍କ ପ୍ରୟାସକୁ ସେ ଦେଖିଥିବା ସୀମାରେଖା ପାଖ କ୍ଷେତ୍ରରକ୍ଷଣ ଭିତରେ ସର୍ବଶ୍ରେଷ୍ଠ ବୋଲି କହିଛନ୍ତି ସଚିନ। ସେ ମଧ୍ୟ କିଙ୍ଗ୍ସ ଏକାଦଶ ପଞ୍ଜାବର କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଜଣ୍ଟି ରୋଡ୍ସଙ୍କୁ ଏଥିଲାଗି ଅଭିନନ୍ଦନ ଜଣାଇଛନ୍ତି। ସଚିନଙ୍କ ଟ୍ବିଟ୍ର ପ୍ରତି ଉତ୍ତର ଦେଇ ରୋଡ୍ସ ମଧ୍ୟ ପୂରନଙ୍କ ଛକା ବଞ୍ଚାଇବା କ୍ଷେତ୍ରରକ୍ଷଣ ସତରେ ସର୍ବଶ୍ରେଷ୍ଠ ଥିଲା ବୋଲି କହିଥିଲେ। ସେ (ପୂରନ) ପଞ୍ଜାବ ଖେଳାଳିଙ୍କୁ ଅନୁପ୍ରେରିତ କରିଛନ୍ତି ବୋଲି ମଧ୍ୟ ଲେଖିଥିଲେ। ସଚିନ କିନ୍ତୁ ତୁରନ୍ତ ତାଙ୍କୁ ଚେତାଇ ଦେଇଥିଲେ ଯେ ସୀମାରେଖା ପାଖରେ ହୁଏତ ପୂରନ ଶ୍ରେଷ୍ଠ ସେଭ୍ କରି ଥାଇ ପାରନ୍ତି, ହେଲେ ୩୦ ଗଜ ଭିତରେ ସେ (ରୋଡ୍ସ) ସବୁବେଳେ ସର୍ବଶ୍ରେଷ୍ଠ ହୋଇ ରହିବେ। ସାମସନଙ୍କ ଛକା ରୋକିବା ଲାଗି ପୂରନ ପ୍ରଥମେ ସୀମା ରେଖା ବାହରକୁ ଡାଇଭ୍ କରି ଶୂନ୍ୟରେ ଏହାକୁ କେବଳ ଅଟକାଇ ନଥିଲେ ବଲ୍କୁ ପୁଣି ଥରେ ପଡ଼ିଆ ଭିତରକୁ ପଠାଇ ଦେଇଥିଲେ।
ପୂରନଙ୍କ ଚମତ୍କାରିତା ପ୍ରେମରେ ସଚିନ
/sambad/media/post_attachments/wp-content/uploads/2019/12/Sachin-Tendulkar_16e8e227a39_large.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)