ମୁମ୍ବାଇ: ପୂର୍ବତନ ଭାରତୀୟ ଅଧିନାୟକ ଏବଂ ବ୍ୟାଟିଂ କିଂବଦନ୍ତି ସଚିନ ତେନ୍ଦୁଲକର ଗୁରୁବାର ହସ୍ପିଟାଲରୁ ଘରକୁ ଫେରିଛନ୍ତି। କରୋନା ପଜିଟିଭ୍ ପରେ ସେ ପ୍ରାୟ ଗୋଟିଏ ସପ୍ତାହ ଧରି ସତର୍କତାମୂଳକ ପଦକ୍ଷେପ ପାଇଁ ଦକ୍ଷିଣ ମୁମ୍ବାଇର ଗୁରୁଗାଓଁସ୍ଥିତ ଏଚ୍ଏନ୍ ରିଲାୟନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଗୁରୁବାର ଘରକୁ ଫେରିବା ପରେ ସାରା ବିଶ୍ବରେ ତାଙ୍କର ଅଗଣିତ ପ୍ରଶଂସକ ଆଶ୍ବସ୍ତ ହୋଇଛନ୍ତି। ‘‘ମୁଁ ଏବେ ଏବେ ହସ୍ପିଟାଲରୁ ଫେରିଛି ଏବଂ ଘରେ ଏକାନ୍ତବାସରେ ରହିବି। ତଥାପି ତୁମମାନଙ୍କ ଶୁଭେଚ୍ଛା ଓ ପ୍ରାର୍ଥନା ପାଇଁ ସମସ୍ତଙ୍କୁ ଧନ୍ୟବାନ। ପ୍ରକୃତରେ ଏହା ପ୍ରଶଂସନୀୟ। ମୋର ପୂରା ଯତ୍ନ ନେଇଥିବାରୁ ମୁଁ ମଧ୍ୟ ସମସ୍ତ ମେଡିକାଲ ଷ୍ଟାଫ୍ଙ୍କ ନିକଟରେ କୃତଜ୍ଞ।’’ ବୋଲି ସଚିନ୍ ଟ୍ବିଟ୍ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ, ମାର୍ଚ୍ଚ ୨୭ ତାରିଖରେ ସଚିନ୍ଙ୍କ କରୋନା ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଥିଲା। ହସ୍ପିଟାଲରେ ଭର୍ତ୍ତିହେବା ପୂର୍ବରୁ ସେ ସଂଗରୋଧରେ ରହିଥିଲେ।
ହସ୍ପିଟାଲ୍ ଛାଡ଼ିଲେ ସଚିନ
/sambad/media/post_attachments/wp-content/uploads/2020/11/Sachin_Tendulkar_PTI_Picture.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)