ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ପୂର୍ବତନ ବ୍ୟାଟସ୍ମ୍ୟାନ୍ ସଚିନ ତେନ୍ଦୁଲକର ପ୍ରତିଭାକୁ ଗୁରତ୍ୱ ଦେଇଛନ୍ତି। ଜାତୀୟ ଚନୟକାରୀ ସଦସ୍ୟମାନେ ଖେଳାଳିଙ୍କ ବୟସକୁ ଗୁରୁତ୍ୱ ନଦେଇ ପ୍ରତିଭାକୁ ଚିହ୍ନିବା ଦରକାର ବୋଲି କହିଛନ୍ତି। ଇଂଲଣ୍ଡର ହରଫମୌଲା ସାମ କୁରେନ୍ ଓ ୨ୟ ଟେଷ୍ଟ ପାଇଁ ଚୟନ କରାଯାଇଥିବା ୨୦ ବର୍ଷିଅ ଓଲ୍ଲେ ପୋପଙ୍କ ସଂପର୍କରେ ପଚରାଯିବାରୁ, ସଚିନ ତେନ୍ଦୁଲକର କ୍ରିକ୍ଇନଫୋକୁ କହିଛନ୍ତି, ଯଦି କେହି ଭଲ ଅଟେ, ତା’ହେଲେ ଦେଶ ପାଇଁ ଖେଳିବା ଦରକାର ଓ ଏଥିରେ ବୟସ ବାଧକ ନସାଜିବା ଦରକାର।
ସଚିନ କହିଛନ୍ତି, ମୁଁ ଯେତେବେଳେ ପ୍ରଥମ ମ୍ୟାଚ୍ ଖେଳିଥିଲି, ସେତେବେଳକୁ ମୋର ବୟସ ୧୬ ବର୍ଷ ଥିଲା। ମୋତେ ଜଣା ନଥିଲା ଯେ ଓ୍ଵାସିମ୍ ଆକ୍ରମ୍, ବକାର ୟୁନୁସ, ଇମ୍ରାନ ଖାଁ ଓ ଅବ୍ଦୁଲ କାଦିର ଭଳି ସର୍ବଶ୍ରେଷ୍ଠ ବୋଲରଙ୍କୁ କେମିତି ସମ୍ମୁଖୀନ କରିବାକୁ ପଡିବ।
ତେନ୍ଦୁଲକରଙ୍କ ହିସାବରେ ଯୁବ ବ୍ୟାଟ୍ସମ୍ୟନ୍ଙ୍କୁ ଅର୍ନ୍ତଜାତୀୟ ମ୍ୟାଚ୍ରେ ସୁଯୋଗ ଦିଆଯିବା ଦରକାର। ସେ କହିଛନ୍ତି, ଆପଣ ଯଦି ଯୁବ ଖେଳାଳି ଓ ନିର୍ଭୟ ହେବେ, ତେବେ ଆପଣଙ୍କ ଲୟ କେବଳ ଛକା ଆଡକୁ ରହିବ। ଅଭିଜ୍ଞତା ସଂପନ୍ନ ଖେଳାଳିଙ୍କ ମାନସିକତା ଏଭଳି ନଥାଏ।