୨୦୦୩ ବିଶ୍ବକପ୍‌ରେ ସଚିନ ଆମ ବିପକ୍ଷରେ ଶତକ ମାରିବାକୁ ଚାହୁଁଥିଲି: ଅଖ୍‌ତର

ଲାହୋର: ଭାରତୀୟ କିଂବଦନ୍ତି ସଚିନ ତେନ୍ଦୁଲକର ଆମ ବିପକ୍ଷରେ ୨୦୦୩ ବିଶ୍ବକପ୍‌ ମ୍ୟାଚ୍‌ରେ ଶତକ ମାରନ୍ତୁ ବୋଲି ମୁଁ ଚା‌ହୁଁଥିବା କଥା କହିଛନ୍ତି ପାକିସ୍ତାନ ଦଳର ଦ୍ରୁତ ବୋଲର୍‌ ସୋଏବ ଅଖତର ଚାହୁଁଥିଲେ। ହେଲେ ସଚିନ ୯୮ ରନ୍‌ କରି ଆଉଟ୍‌ ହୋଇଯିବା ମୋତେ ନିରାଶ କରିଥିବା ଅଖତର କହିଥିଲେ। ହେଲୋ ଲାଇଭ୍‌ରେ ଏହି ପୁରୁଣା ସ୍ମୃତି ମନେ ପକାଇ ଅଖତର୍‌ କହିଛନ୍ତି ଯେ ମୁଁ ବହୁତ ଦୁଃଖିତ, କାରଣ ସଚିନ ୯୮ ରନ୍ କରି ଆଉଟ୍ ହୋଇଥିଲେ। ଏହା ତାଙ୍କର ଏକ ସ୍ୱତନ୍ତ୍ର ପାଳି ଥିଲା।

ସେ ଶତକର ନିକଟତର ହୋଇଥିଲେ। ମୁଁ ବି ଚାହୁଁଥିଲି ସେ ଶତକ ମାରନ୍ତୁ। ସେଥିପାଇଁ ବାଉନ୍ସର୍ ମାରିଥିଲି। କିନ୍ତୁ ‌ଛକା ମାରିବା ବଦଳରେ ସେ ଆଉଟ୍‌ ହୋଇ ଯାଇଥିଲେ। ତେନ୍ଦୁଲକର କ୍ରିକେଟ୍‌ର କଠିନ ଯୁଗରେ ବ୍ୟାଟିଂ କରିଥିଲେ। ଯଦି ଏବେ ସୁଯୋଗ ପାଇବେ ତେବେ ସେ ୧.୩୦ ଲକ୍ଷରୁ ଅଧିକ ରନ୍ କରିପାରିବେ। ତେଣୁ ସଚିନଙ୍କ ସହ କୋହଲିଙ୍କୁ ତୁଳନା କରିବା ଠିକ୍‌ ନୁହେଁ ବୋଲି ଅଖ୍‌ତର କହିଛନ୍ତି। ସଚିନ ହେଉଛନ୍ତି ‌ଜଣେ ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌। ତାଙ୍କ ବିପକ୍ଷରେ ମୁଁ ‌ବୋଲିଂ କରିବାର ସୌଭାଗ୍ୟ ପାଇଥିବାରୁ ଧନ୍ୟ। କିନ୍ତୁ ତାଙ୍କୁ ମୁଁ ୧୨-୧୩ ଥର ଆଉଟ୍‌ କରିଥିଲି ବୋଲି ଅଖ୍‌ତର କହିଛନ୍ତି। ସଚିନ୍‌ଙ୍କୁ ଅଖ୍‌ତର ଅନ୍ତର୍ଜାତୀୟସ୍ତରରେ ୮ ଥର (ଦିନିକିଆରେ ୫ ଓ ଟେଷ୍ଟ୍‌ରେ ୩) ଆଉଟ୍‌ କରିଛନ୍ତି। ତେନ୍ଦୁଲକର ଜୀବନର ପ୍ରଥମ ସୁବର୍ଣ୍ଣ ଡକ୍ ଅଖ୍‌ତରଙ୍କ ବୋଲିଂରେ ହୋଇଥିଲେ। ଆଇପିଏଲ୍‌ର ପ୍ରଥମ ସଂସ୍କରଣରେ ‌କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଖେଳୁଥିବା ଅଖ୍‌ତର ଏହି ସଫଳତା ପାଇଥିଲେ।

ସମ୍ବନ୍ଧିତ ଖବର