ସଚିନଙ୍କୁ ସମ୍ବର୍ଦ୍ଧିତ କଲେ କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ବର: ଗିନିଜ କୀର୍ତ୍ତିମାନଧାରୀ ଓଡ଼ିଆ ପୁଅ ସଚିନ ବେହେରାଙ୍କୁ ଗୁରୁବାର କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଭୁବନେଶ୍ବରସ୍ଥିତ ନିଜ ବାସଭବନରେ ସମ୍ବର୍ଦ୍ଧିତ କରିଛନ୍ତି। ପାଞ୍ଚକେଜି ଆଙ୍କେଲ ‌ୱେଟ୍‌ ବାନ୍ଧି ୩ ମିନିଟ୍‌ରେ ୨୦୪ ଆଣ୍ଠୁ ପ୍ରଘାତ (ନିଷ୍ଟାଇକର) କରି ସେ ଏହି କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ତ‌ାଙ୍କ ପୂର୍ବରୁ ଏହି କୀର୍ତ୍ତିମାନ ପାକିସ୍ତାନ ମୁଷ୍ଟିଯୋଦ୍ଧା ମହମ୍ମଦ ରସିଦ (୧୭୮)ଙ୍କ ନାମରେ ଥିଲା। ସଚିନଙ୍କ ଘର ନୂଆପଡ଼ା ଜିଲ୍ଲାର ବୋଡେନ ବ୍ଲକ୍‌ର ଲରକା ଗ୍ରାମ। ତାଙ୍କ ପିତା ଓ ମାତା ହେଉଛନ୍ତି ଲକ୍ଷ୍ମୀପ୍ରସାଦ ବେହେରା ଏବଂ ଆରତୀ ବେହେରା। ତାଙ୍କର ପିଲା ବେଳୁ ଖେଳକୁଦରେ ତାଙ୍କର ଆଗ୍ରହ ରହିଥିଲା।

ସମ୍ବନ୍ଧିତ ଖବର