୪୦୦୦ ଅଭାବୀଙ୍କୁ ସଚିନଙ୍କ ଆର୍ଥିକ ସହାୟତା

ମୁମ୍ବାଇ: କରୋନା ପ୍ରଭାବିତଙ୍କୁ ପୁଣି ଥରେ ସହାୟତାର ହାତ ବଢ଼ାଇଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ମୁମ୍ବାଇ ମହାନଗର ଅଞ୍ଚଳରେ ରହୁଥିବା ୪,୦୦୦ ଅଭାବୀ ଲୋକଙ୍କୁ ସେ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସେଥିମଧ୍ୟରେ କିଛି ଛୋଟ ପିଲା ମଧ୍ୟ ଅଛନ୍ତି। ହାଇ ଫାଇଭ୍ ୟୁଥ୍ ଫାଉଣ୍ଡେସନ୍ ନାମକ ଏକ ସ୍ବେଚ୍ଛାସେବୀ ସଂଗଠନ ମାଧ୍ୟମରେ ସଚିନ ଏହି ଦାନ କରିଛନ୍ତି। ତେବେ ସେ କେତେ ଟଙ୍କା ଦାନ ଦେଇଛନ୍ତି ତାକୁ ଗୋପନ ରଖିଛନ୍ତି। ହାଇଫାଇଭ୍ ଫାଉଣ୍ଡେସନ୍ ଟ୍ବିଟ୍ କରି ସଚିନଙ୍କୁ ଏଥିନେଇ ଧନ୍ୟବାଦ ଦେଇଛି।

ଫଳରେ ସଚିନଙ୍କ ଆଉ ଏକ ମହାନ କାର୍ଯ୍ୟର ସୂଚନା ପଦାକୁ ଆସିଛି। ସଚିନ ମଧ୍ୟ ଟ୍ବିଟର ଜବାବ ଦେଇ ହାଇଫାଇଭ୍ କରୁଥିବା ସମାଜସେବାକୁ ପ୍ରଶଂସା କରିଛନ୍ତି। ସଚିନ ଲେଖିଛନ୍ତି ଯେ ଦିନ ମଜୁରିଆଙ୍କ ପରିବାର ପାଇଁ କରୁଥିବା କାର୍ଯ୍ୟ ଲାଗି ଆପଣ ଧନ୍ୟବାଦର ପାତ୍ର। ଏହା ପୂର୍ବରୁ ସଚିନ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠି ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଦେଇ ସାରିଛନ୍ତି।

ସମ୍ବନ୍ଧିତ ଖବର