ସର୍ବାଧିକ ଶତକ: ବାରବାଟୀରୁ ସଚିନଙ୍କ ଅଭିଯାନ

ଲଣ୍ଡନ୍: ଜଣେ ବ୍ୟାଟସମ୍ୟାନ୍‌ ପାଇଁ ଶତକ ହାସଲ ଏକ ମାଇଲଖୁଣ୍ଟ୍ ହୋଇଥାଏ। କାରଣ ଏହା ଦଳୀୟ ଅବଦାନରେ ପ୍ରମୁଖ ଭୂମିକା ନିଏ। ସାଥୀ ଖେଳାଳିଙ୍କଠାରୁ ପ୍ରଶଂସା ଏବଂ ପ୍ରତିପକ୍ଷଙ୍କ ସାବାସୀ ବି ପାଇଥାଏ। ଆଉ ଏହି ତିନି ଅଙ୍କ ସ୍କୋର୍ ଯିଏ ବିଶ୍ବକପ୍‌ ମଇଦାନରେ ହାସଲ କରିଥାଏ ସେ ସ୍ବତନ୍ତ୍ର ହୋଇ ରହିଯାଏ। ଏ ପର୍ଯ୍ୟନ୍ତ ଖେଳାଯାଇଥିବା ପୂର୍ବ ୧୧ ସଂସ୍କରଣ ବିଶ୍ବକପ୍‌ରେ ମୋଟ ୧୬୫ ଶତକ ନଜରକୁ ଆସିଛି। ସେ ମଧ୍ୟରୁ ଭାରତୀୟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ସର୍ବାଧିକ ୬ ଶତକ ସହ ଶୀର୍ଷରେ ରହିଛନ୍ତି। ଶ୍ରୀଲଙ୍କାର କୁମାର ସାଙ୍ଗାକାରା ଏବଂ ଅଷ୍ଟ୍ରେଲିଆର ରିକି ପଣ୍ଟିଂ ୫ ଲେଖାଏଁ ଶତକ ସହିତ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସଚିନଙ୍କ ଶତକ ଯାତ୍ରା କଟକର ବାରବାଟୀ ଷ୍ଟାଡିୟମ୍‌ରୁ ଆରମ୍ଭ ହୋଇଥିଲା। ଆସନ୍ତୁ ସେହି ସବୁ ଖେଳାଳିଙ୍କ ଶତକ ଉପରେ ନଜର ପକାଇନେବା।

ସଚିନ ତେନ୍ଦୁଲକର (୬)
ପ୍ରଥମ: ୧୨୭* (୧୩୮ ବଲ୍‌) ବନାମ କେନିଆ, କଟକ, ୧୯୯୬
ଦ୍ବିତୀୟ: ୧୩୭ (୧୩୭ ବଲ୍‌) ବନାମ ଶ୍ରୀଲଙ୍କା, ନୂଆଦିଲ୍ଲୀ, ୧୯୯୬
ତୃତୀୟ: ୧୪୦* (୧୦୧ ବଲ୍‌) ବନାମ କେନିଆ, ବ୍ରିଷ୍ଟଲ୍‌, ୧୯୯୯
ଚତୁର୍ଥ: ୧୫୨ (୧୫୧ ବଲ୍‌) ବନାମ ନାମ୍ବିଆ, ପିଟରମାରିଜ୍‌ବର୍ଗ, ୨୦୦୩
ପଞ୍ଚମ: ୧୨୦ (୧୧୫ ବଲ୍‌) ବନାମ ଇଂଲଣ୍ଡ, ବେଙ୍ଗାଲୁରୁ, ୨୦୧୧
ଷଷ୍ଠ: ୧୧୧ (୧୦୧ ବଲ୍‌) ବନାମ ଦକ୍ଷିଣ ଆଫ୍ରିକା, ନାଗପୁର, ୨୦୧୧
କୁମାର ସାଙ୍ଗାକାରା (୫)
ପ୍ରଥମ: ୧୧୧ (୧୨୮ ବଲ୍‌) ବନାମ ନ୍ୟୁଜିଲାଣ୍ଡ, ମୁମ୍ବାଇ, ୨୦୧୧
ଦ୍ବିତୀୟ: ୧୦୫* (୭୬ ବଲ୍‌) ବନାମ ବାଂଲାଦେଶ, ମେଲବର୍ନ, ୨୦୧୫
ତୃତୀୟ: ୧୧୭* (୮୬ ବଲ୍‌) ବନାମ ଇଂଲଣ୍ଡ, ୱେଲିଂଟନ୍, ୨୦୧୫
ଚତୁର୍ଥ: ୧୦୪ (୧୦୭ ବଲ୍‌) ବନାମ ଅଷ୍ଟ୍ରେଲିଆ, ସିଡନି, ୨୦୧୫
ପଞ୍ଚମ: ୧୨୪ (୯୪ ବଲ୍‌) ବନାମ ସ୍କଟଲାଣ୍ଡ୍‌, ହୋବାର୍ଟ, ୨୦୧୫
ରିକି ପଣ୍ଟିଂ (୫)
ପ୍ରଥମ: ୧୦୨ (୧୧୨ ବଲ୍‌) ବନାମ ୱେଷ୍ଟଇଣ୍ଡିଜ୍, ଜୟପୁର, ୧୯୯୬
ଦ୍ବିତୀୟ: ୧୧୪ (୧୦୯ ବଲ୍‌) ବନାମ ଶ୍ରୀଲଙ୍କା, ସେଞ୍ଚୁରିଅନ, ୨୦୦୩
ତୃତୀୟ: ୧୪୦* (୧୨୧ ବଲ୍‌) ବନାମ ଭାରତ, ଜୋହାନ୍ସବର୍ଗ, ୨୦୦୩
ଚତୁର୍ଥ: ୧୧୩ (୯୩ ବଲ୍‌) ବନାମ ସ୍କଟଲାଣ୍ଡ୍‌, ବାସେତେରେ, ୨୦୦୭
ପଞ୍ଚମ: ୧୦୪ (୧୧୮ ବଲ୍‌) ବନାମ ଭାରତ, ଅହମ୍ମଦାବାଦ, ୨୦୧୧
୪ ଲେଖାଏଁ ୫ ଜଣ
ସୌରଭ ଗାଙ୍ଗୁଲି: ୧୮୩ ବନାମ ଶ୍ରୀଲଙ୍କା, ୧୯୯୯। ୧୧୨* ବନାମ ନାମ୍ବିଆ, ୨୦୦୩। ୧୦୭* ବନାମ କେନିଆ, ୨୦୦୩ ଏବଂ ୧୧୧* ବନାମ କେନିଆ, ୨୦୦୩।

 

ଏବି ଡି’ଭିଲି୍ରର୍ସ: ୧୪୬ ବନାମ ୱେଷ୍ଟଇଣ୍ଡିଜ୍‌, ୨୦୦୭। ୧୦୭* ବନାମ ୱେଷ୍ଟଇଣ୍ଡିଜ୍‌, ୨୦୧୧। ୧୩୪ ବନାମ ନେଦରଲାଣ୍ଡ୍‌, ୨୦୧୧। ୧୬୨ ବନାମ ୱେଷ୍ଟଇଣ୍ଡିଜ୍‌, ୨୦୧୫।
ମାର୍କ ୱ: ୧୩୦ ବନାମ କେନିଆ, ୧୯୯୬। ୧୨୬ ବନାମ ଭାରତ ୧୯୯୬। ୧୧୦ ବନାମ ନ୍ୟୁଜିଲାଣ୍ଡ୍‌ ୧୯୯୬। ୧୦୪ ବନାମ ଜିମ୍ବାୱେ, ୧୯୯୯।
ତିଲକରତ୍ନେ ଦିଲସାନ୍‌: ୧୪୪ ବନାମ ଜିମ୍ବାୱେ, ୨୦୧୧। ୧୦୮* ବନାମ ଇଂଲଣ୍ଡ ୨୦୧୧। ୧୬୧* ବନାମ ବାଂଲାଦେଶ, ୨୦୧୫। ୧୦୪ ବନାମ ସ୍କଟଲାଣ୍ଡ୍‌, ୨୦୧୫।
ମାହେଲା ଜୟବର୍ଧନେ: ୧୧୫ ବନାମ ନ୍ୟୁଜିଲାଣ୍ଡ୍‌, ୨୦୦୭। ୧୦୦ ବନାମ କାନାଡ଼ା, ୨୦୧୧। ୧୦୩* ବନାମ ଭାରତ, ୨୦୧୧। ୧୦୦ ବନାମ ଆଫଗାନିସ୍ତାନ, ୨୦୧୫।

ସମ୍ବନ୍ଧିତ ଖବର