କଳିଙ୍ଗ ଷ୍ଟାଡିୟମରେ ଟେନିସ ସେଣ୍ଟର୍ ଉଦ୍‌ଘାଟିତ

ଏପ୍ରିଲ ୪ରୁ ଆଇଟିଏଫ ୧୪ବର୍ଷରୁ କମ ଏସିଆ ଟେନିସ ଡେଭଲପମେଣ୍ଟ ଚମ୍ପିୟାନସିପ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ପରିସରରେ ବୁଧବାର ଟେନିସ ସେଣ୍ଟର୍ ଉଦ୍‌ଘାଟନ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟେନିସ ସେଣ୍ଟର୍‌କୁ ଉଦ୍‌ଘାଟନ କରିଛନ୍ତି। ଏହି ସେଣ୍ଟର୍ ରେ ୧୫ଶହ ଦର୍ଶକ ବସିବା କ୍ଷମତା ରହିଛି। ବାଙ୍ଗାଲୋର, ଦିଲ୍ଲୀ,  କୋଲକାତା ଓ ହାଇଦ୍ରାବାଦ ସହରର ଥିବା ଭଳି ଏହି ସେଣ୍ଟର୍ କୋର୍ଟରେ ଖେଳାଳି ଓ ରେଫରିଙ୍କ ପାଇଁ ସବୁ ପ୍ରକାର ସୁବିଧା ରହିଛି।

ଏହି ଆଇଟିଏଫର ଡେଭିସ କପ୍ ଭଳି ଟର୍ଣ୍ଣମେଣ୍ଟ ଆୟୋଜନ ହୋଇପାରିବ। ଓଡିଶା ଟେନିସ ଆସୋସିଏସନ୍ ଆସନ୍ତା ୪ ତାରିଖରେ କଳିଙ୍ଗ ଷ୍ଟାଡିୟମ୍‌ରେ ଆଇଟିଏଫ ୧୪ବର୍ଷରୁ କମ ଏସିଆ ଟେନିସ ଡେଭଲପମେଣ୍ଟ ଚମ୍ପିୟାନସିପ ଫାଇନାଲସ ଖେଳାଯିବ। ଏହି ପ୍ରତିଯୋଗିତାରେ ୧୫ ଟି ଦେଶର ଖେଳାଳି ଭାଗ ନେବେ। ଏହି ପ୍ରତିଯୋଗିତାର ଲୋଗୋ ଓ ଜର୍ସିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ ବୋଲି ଓଡ଼ିଶା ଟେନିସ ଆସୋସିଏସନ୍‌ ସଭାପତି ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି।

ଟେନିସ କୋର୍ଟ ଉଦ୍‌ଘାଟନ ଅବସରରେ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, କ୍ରୀଡ଼ା କମିସନର ଭିନିଲ କ୍ରିଷ୍ଣା, ୫-ଟି ସଚିବ ଭିକେ ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର