ପୂର୍ବାଞ୍ଚଳ ଟେନିସ କ୍ରିକେଟ୍‌, ଓଡ଼ିଶାର ହ୍ୟାଟ୍ରିକ

ଭୁବନେଶ୍ୱର: ଭାରତୀୟ ଟେନିସ୍ କ୍ରିକେଟ୍ ସଂଘ (ଟିସିଏଆଇ) ଏବଂ ଓଡ଼ିଶା ରାଜ୍ୟ ଟେନିସ୍ କ୍ରିକେଟ୍ ସଂଘ (ଓଏସଟିସିଏ)ମିଳିତ ଆନୁକୂଲ୍ୟରେ ଆୟୋଜିତ ତୃତୀୟ ପୂର୍ବାଞ୍ଚଳ ଟେନିସ୍ କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶା ଦଳ ବିଜେତା ହୋଇଛି। ଫଳରେ ଓଡ଼ିଶା ଲଗାତାର ୩ ଥର ପୂର୍ବାଞ୍ଚଳ ଟ୍ରଫି ଜିତି ହ୍ୟାଟ୍ରିକ୍‌ ସଫଳତା ପାଇଛି। ନହରକଣ୍ଟାସ୍ଥିତ ଶ୍ରୀ ଜୟଦେବ କଲେଜଠାରେ ଖେଳାଯାଇଥିବା ରବିବାର ଫାଇନାଲ୍‌ରେ ଓଡ଼ିଶା ୬ ୱିକେଟ୍‌ରେ ପଶ୍ଚିମବଙ୍ଗକୁ ପରାସ୍ତ କରିଥିଲା। ପଶ୍ଚିମବଙ୍ଗ ୧୫ ଓଭରରେ ୯୮ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ପ୍ରବୀଣ ଆଚାର୍ଯ୍ୟ ୩ ୱିକେଟ୍‌‌ ନେଇଥିଲେ। ଜବାବରେ ଓଡ଼ିଶା ୧୫ ଓଭରରେ ୪ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଅଧିନାୟକ ତୁଷାର କୁମାର ପଟ୍ଟନାୟକ ୩୭ (୧୯ ବଲ୍‌) ଓ ବିମଳ କୁମାର ମହାପାତ୍ର ୩୫ ରନ୍‌ (୨୦ ବଲ୍‌) କରିଥିଲେ। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ବିମଳ (୩୫ ରନ୍‌, ୨ ୱିକେଟ୍‌) ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ଏବଂ ତୁଷାର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ପୁରସ୍କାର ପାଇଥିଲେ। ଉଦ୍‌ଯାପନୀ ଉତ୍ସବରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଟିସିଏଆଇ ପ୍ରଶାସନିକ ମୁଖ୍ୟ ଆଶିଷ କୁମାର ସିଂହ, ଓସିଏ ଅମ୍ପାୟାର ଚଣ୍ଡି ପ୍ରସନ୍ନ ମହାପାତ୍ର, ଶରତ ଚନ୍ଦ୍ର ସାହୁ, ବାରିଜ ରଂଜନ ମହାନ୍ତି, ଶୁଭେନ୍ଦ୍ର ମହରଣା, ପ୍ରଫେସର ଏଲ୍‌କେ ରାଇ, ଦକ୍ଷ ବ୍ରହ୍ମା ରାଉତରାୟ, ଦୀପକ ହଂସ, ଚୌଧୁରୀ ଅଶୋକ ଚନ୍ଦ୍ର, ଅଖିଳେଶ୍ବର ତିୱାରୀ, ବାସୁଦେବ ଓଝା, ବଦ୍ରିନାରାୟଣ ପାତ୍ର, ବୁଦ୍ଧେଶ୍ବର ବେହେରା, ଶଶିକାନ୍ତ ବେଉରା, ଜଗମୋହନ ସ୍ବାଇଁ, ରିଣ୍ଟୁ ମିତ୍ର ଏବଂ ରାଗିଣୀ ମିତ୍ର ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବଣ୍ଟନ କରିଥିଲେ।

ସମ୍ବନ୍ଧିତ ଖବର