କ୍ରେସିକୋଭା ବିଦା

ପ୍ୟାରିସ: ଚଳିତ ଫ୍ରେଞ୍ଚ୍‌ ଓପନ୍‌ ପ୍ରଥମ ରାଉଣ୍ଡରେ ୨୦୨୧ର ବିଜୟିନୀ ବାର୍ବୋରା କ୍ରେସିକୋଭାଙ୍କ ଅଭିଯାନ ‌ଶେଷ ହୋଇଛି। ତ୍ରୟୋଦଶ ମାନ୍ୟାତାପ୍ରାପ୍ତ ଏହି ଚେକ୍‌ଗଣରାଜ୍ୟର ୨୭ ବର୍ଷୀୟା ମହିଳା ମଙ୍ଗଳବାର ପ୍ରଥମ ରାଉଣ୍ଡ ମୁକାବିଲାରେ ସିଧାସଳଖ ୨-୬, ୪-୬ ‌ସେଟ୍‌ରେ ୟୁକ୍ରେନ୍‌ର ଲେସିଆ ସୁରେଙ୍କୋଙ୍କଠୁ ହାରି ଯାଇଥିଲେ। ତେବେ ମହିଳା ତାରକା ଖେଳାଳି ଚତୁର୍ଥ ମାନ୍ୟତାପ୍ରାପ୍ତ ଏଲିନା ରିବାକିନା, ଷଷ୍ଠ ମାନ୍ୟତାପ୍ରାପ୍ତ କୋକୋ ଗଫ୍‌ ଓ ସପ୍ତମ ମାନ୍ୟତାପ୍ରାପ୍ତ ଓନ୍ସ ଜାବିଉର ସହଜ ବିଜୟ ସହ ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। କାଜାଖସ୍ତାନର ରିବାକିନା ୬-୪, ୬-୨ ସେଟ୍‌ରେ ଚେକ୍‌ଗଣରାଜ୍ୟର ବ୍ରେଣ୍ଡା ଫ୍ରୁଭିର୍ତୋଭାଙ୍କୁ, ଆମେରିକାର ଗଫ୍‌ ୩-୬, ୬-୧, ୬-୨ ସେଟ୍‌ରେ ସ୍ପେନ୍‌ର ରେବେକା ମାସାରୋଭାଙ୍କୁ ଏବଂ ତୁନିସିଆର ଜାବିଉର ୬-୪, ୬-୧ ସେଟ୍‌ରେ ଇଟାଲିର ଲୁସିଆ ବ୍ରୋଞ୍ଜେଟିଙ୍କୁ ପରାସ୍ତ କରିଥିଲେ।

ପୁରୁଷ ଏକ‌କରେ ଚତୁର୍ଥ ମାନ୍ୟତାପ୍ରାପ୍ତ କାସପର ରୁଡ ଓ ଗତ ଥରର ସେମିଫାଇନାଲିଷ୍ଟ ଆଲେକ୍‌ଜାଣ୍ଡର ଭେରେଭ ଏବଂ ଆମେରିକାର ଟମି ପଲ୍‌ ଅଗକୁ ବଢ଼ିଛନ୍ତି। ନରୱେର ରୁଡ ୬-୪, ୬-୩, ୨-୬ ସେଟ୍‌ରେ ସ୍ବିଡେନର ଏଲିଆସ ୟେମରଙ୍କୁ, ଜର୍ମାନିର ଭେରେଭ ୭-୬, ୭-୬, ୬-୧ ସେଟ୍‌ରେ ଦକ୍ଷିଣ ଆଫ୍ରିକାର ଲୟଡ ହାରିସଙ୍କୁ ଏବଂ ପଲ୍‌ ୬-୩, ୬-୨, ୬-୪ ସେଟ୍‌ରେ ସ୍ବିଜରଲାଣ୍ଡର ଡୋମିନିକ ଷ୍ଟ୍ରାଇକରଙ୍କୁ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର