୨୦୨୦: ନୋଭାକ ଜୋକୋଭିକ୍ (ସର୍ବିୟା), ୟୁଏସ୍ ଓପନ୍
ଲାଇନ୍ ଜଜ୍ଙ୍କୁ ବଲ୍ ମାରି ଶୀର୍ଷ ମାନ୍ୟତାପ୍ରାପ୍ତ ଜୋକୋଭିକ୍ ଚଳିତ ୟୁଏସ୍ ଓପନ୍ର ଚତୁର୍ଥ ରାଉଣ୍ଡ ମୁକାବିଲାର ସ୍ପେନ୍ର ପାବ୍ଲୋ କ୍ୟାରିନୋ ବୁସ୍ତାଙ୍କ ବିପକ୍ଷରେ ଅଯୋଗ୍ୟ ହୋଇଥିଲେ।
୨୦୧୯: ନିକ୍ କିର୍ଗିସ (ଅଷ୍ଟ୍ରେଲିଆ), ଇଟାଲୀୟ ଓପନ୍
ଫୋରୋ ଇଟାଲିକୋରେ ଖେଳାଯାଇଥିବା ନରୱେର କାସପର୍ ରୁଦଙ୍କ ବିପକ୍ଷ ଇଟାଲିଅନ୍ ଓପନ୍ର ଦ୍ବିତୀୟ ପର୍ଯ୍ୟାୟ ମ୍ୟାଚ୍ ବେଳେ କୋର୍ଟରେ ଏହି ଅଷ୍ଟ୍ରେଲୀୟ ଖେଳାଳି ଏକ ଚେୟାର ଫିଙ୍ଗିବାରୁ ଅଯୋଗ୍ୟ ହୋଇଥିଲେ।
୨୦୧୭: ଡେନିସ ସାପୋଭାଲୋଭ (କାନାଡା), ଡେଭିସ କପ୍
ଅଜାଣତରେ ଅମ୍ପାୟାରଙ୍କ ମୁହଁକୁ ବଲ୍ ମାରି ବ୍ରିଟେନର କାଇଲ ଏଡମୁଣ୍ଡ ବିପକ୍ଷ ଡେଭିସ୍ କପ୍ ଟାଇରେ କାନାଡାର ସାପୋଭାଲୋଭ ଅଯୋଗ୍ୟ ହୋଇଥିଲେ।
୨୦୧୨: ଡେଭିଡ ନାଲବନ୍ଦିଆନ୍ (ଆର୍ଜେଣ୍ଟିନା), କୁଇନ୍ସ କ୍ଲବ୍ ଚାମ୍ପିଅନ୍ସିପ୍
ଲଣ୍ଡନରେ ଚାଲିଥିବା କୁଇନ୍ସ କ୍ଲବ୍ ଚାମ୍ପିଅନସିପ୍ ଫାଇନାଲ୍ରେ ଡେଭିଡ୍ ନାଲବନ୍ଦିଆନ୍ ଏକ ବିଜ୍ଞାପନ ବୋର୍ଡକୁ ଗୋଇଠା ମାରିଥିଲେ। ଏଥିରେ ଜାଣେ ଲାଇନ୍ ଜଜ୍ ଆହତ ହେବାରୁ ସେ ଅଯୋଗ୍ୟ ହୋଇଥିଲେ।
୨୦୦୯: ସେରେନା ୱିଲିୟମ୍ସ (ଆମେରିକା), ୟୁଏସ୍ ଓପନ୍
ବେଲ୍ଜିୟମର କିମ୍ କ୍ଲିଷ୍ଟରଙ୍କ ବିପକ୍ଷ ୟୁଏସ୍ ଓପନ୍ ସେମିଫାଇନାଲ୍ରେ ଲାଇନ୍ ଜଜ୍ଙ୍କ ସହ ଯୁକ୍ତିତର୍କ ବେଳେ ଖରାପ ଭାଷା ପ୍ରୟୋଗ କରିଥିବାରୁ ୱିଲିୟମ୍ସଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା।
୨୦୦୭: ଷ୍ଟିଫାନ କୋଉବେକ୍ (ଅଷ୍ଟ୍ରିଆ), ଓପନ୍ ଡି’ମୋସେଲ
ମେଜ୍ରେ ଖେଳାଯାଇଥିବା ସେବାସ୍ତିଏନ୍ ଗ୍ରସ୍ଜିନ୍ଙ୍କ ବିପକ୍ଷ ଓପନ୍ ଡି’ମୋସେଲ ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟରେ କୋଉବେକ ଅଯୋଗ୍ୟ ହୋଇଥିଲେ। ଏହି ପ୍ରତିଯୋଗିତାରେ ସେ ସୁପରଭାଇଜରଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେଇଥିଲେ।
୨୦୦୭: ଆନାସ୍ତାସିଆ ରୋଡିନୋଭୋ (ଅଷ୍ଟ୍ରେଲିଆ), ସିନ୍ସିନାଟି ଓପନ୍
ଜର୍ମାନିର ଆଞ୍ଜେଲିକ୍ କର୍ବରଙ୍କ ବିପକ୍ଷ ପ୍ରଥମ ପର୍ଯ୍ୟାୟ ମୁକାବିଲାରେ ରୋଡିନୋଭୋ ଅଯୋଗ୍ୟ ଘୋଷିତ ହୋଇଥିଲେ। କର୍ବରଙ୍କୁ ପ୍ରଶଂସକମାନେ ଉତ୍ସାହିତ କରିବାରୁ ରୁଷିଆ ଜନ୍ମିତ ଏହି ଅଷ୍ଟ୍ରେଲିଆ ଖେଳାଳି ସେମାନଙ୍କ ଉପରକୁ ବଲ୍ ଫିଙ୍ଗିଥିଲେ।
୧୯୯୬: ଇରିନା ସ୍ପିର୍ଲିଆ (ରୋମାନିଆ), ପାଲେର୍ମୋ ଲେଡିଜ୍ ଓପନ୍
ଇରିନା ସ୍ପିର୍ଲିଆ ପ୍ରଥମ ଡବ୍ଲୁଟିଏ ଖେଳାଳି ଭାବେ ଅଯୋଗ୍ୟ ହୋଇଥିଲେ। ପଲେର୍ମୋରେ ଷ୍ଟିଫାନି ଡି’ଭିଲେଙ୍କ ବିପକ୍ଷ ଦ୍ବିତୀୟ ପର୍ଯ୍ୟାୟ ମୁକାବିଲାରେ ଜଣେ ଅଧିକାରୀଙ୍କୁ ଖରାପ ଭାଷାରେ ଗାଳି କରିଥିଲେ।
୧୯୯୫: କାର୍ଷ୍ଟେନ ଆରିଏନ୍ସ (ଜର୍ମାନୀ), ଫ୍ରେଞ୍ଚ ଓପନ୍
ଜର୍ମାନୀ କ୍ବାଲିଫାୟର ଆରିଏନ୍ସ ଫ୍ରେଞ୍ଚ ଓପନ୍ ଗ୍ରାଣ୍ଡସ୍ଲାମ୍ରେ ଆଯୋଗ୍ୟ ହୋଇଥିଲେ। ନ୍ୟୁଜିଲାଣ୍ଡର ବ୍ରେଟ ଷ୍ଟିଭେନଙ୍କ ବିପକ୍ଷ ତାଙ୍କ ପ୍ରଥମ ପର୍ଯ୍ୟାୟ ମ୍ୟାଚ୍ରେ ଲାଇନ୍ ଜଜ୍ଙ୍କୁ ସେ ନିଜ ରାକେଟ୍ରେ ପିଟିଥିଲେ।
୧୯୯୫: ଜେଫ୍ ତାରାଙ୍ଗୋ (ଆମେରିକା), ୱିମ୍ବଲଡନ୍
ଜର୍ମାନୀର ଆଲେକ୍ଜାଣ୍ଡର ମ୍ରୋଞ୍ଜଙ୍କ ବିପକ୍ଷ ତୃତୀୟ ପର୍ଯ୍ୟାୟ ମୁକାବିଲାରେ ତାରୋଙ୍ଗ ଅମ୍ପାୟାରଙ୍କ ସହ ଲଗାତାର ଯୁକ୍ତି କରି ବାହାରକୁ ଯାଇଥିଲେ।
୧୯୯୫: ଟିମ୍ ହେନମ୍ୟାନ୍ ଓ ଜେରେମି ବେଟ୍ସ (ଇଂଲଣ୍ଡ), ୱିମ୍ବଲଡନ୍
ହେନମ୍ୟାନ୍ ଏକ ବଲ୍ବାଳିକା ମୁଣ୍ଡକୁ ବଲ୍ ଫିଙ୍ଗିବାରୁ ଏହି ଯୋଡ଼ି ଅଯୋଗ୍ୟ ହୋଇଥିଲେ। ପେସାଦାର ଯୁଗ ୱିମ୍ବଲ୍ଡନ୍ରେ ଅଯୋଗ୍ୟ ହେବାରେ ଇଂଲଣ୍ଡର ହେନମାନ ଓ ବେଟ୍ସ ପ୍ରଥମ ଯୋଡ଼ି ହୋଇଥିଲେ।
୧୯୯୦: ଜନ୍ ମ୍ୟାକ୍ଏନ୍ରୋଏ (ଆମେରିକା), ଅଷ୍ଟ୍ରେଲିଆନ୍ ଓପନ୍
ଏହି ଆମେରିକା ଖେଳାଳି ନିଜର ଚତୁର୍ଥ ରାଉଣ୍ଡ ମ୍ୟାଚ୍ରେ ଅଯୋଗ୍ୟ ହୋଇଥିଲେ। ମିକାଏଲ୍ ପର୍ନଫୋର୍ସ ବିପକ୍ଷ ଏହି ମ୍ୟାଚ୍ରେ ସେ ୩ଟି ନିୟମ ଉଲ୍ଲଂଘନ କରିଥିଲେ।
କୋର୍ଟରେ ଖରାପ ଆଚରଣ କରି ଅଯୋଗ୍ୟ ଘୋଷିତ ଖେଳାଳି
/sambad/media/post_attachments/wp-content/uploads/2020/09/fdhfsd7h98fs7h98sfhsfhhfhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)