କୋର୍ଟରେ ଖରାପ ଆଚରଣ କରି ଅଯୋଗ୍ୟ ‌ଘୋଷିତ ଖେଳାଳି

୨୦୨୦: ‌ନୋଭାକ ‌ଜୋକୋଭିକ୍‌ (ସର୍ବିୟା), ୟୁଏସ୍‌ ଓପନ୍‌
ଲାଇନ୍‌ ଜଜ୍‌ଙ୍କୁ ବଲ୍‌ ମାରି ଶୀର୍ଷ ମାନ୍ୟତାପ୍ରାପ୍ତ ଜୋକୋଭିକ୍‌ ଚଳିତ ୟୁଏସ୍‌ ଓପନ୍‌ର ଚତୁର୍ଥ ରାଉଣ୍ଡ ମୁକାବିଲାର ସ୍ପେନ୍‌ର ପାବ୍‌ଲୋ କ୍ୟାରିନୋ ବୁ‌ସ୍ତାଙ୍କ ବିପକ୍ଷରେ ଅଯୋଗ୍ୟ ହୋଇଥିଲେ।
୨୦୧୯: ନିକ୍‌ କିର୍ଗିସ (ଅଷ୍ଟ୍ରେଲିଆ), ଇଟାଲୀୟ ଓପନ୍‌
ଫୋରୋ ଇଟାଲିକୋରେ ଖେଳାଯାଇଥିବା ନରୱେର କାସପର୍ ରୁଦଙ୍କ ବିପକ୍ଷ ଇଟାଲିଅନ୍‌ ଓପନ୍‌ର ଦ୍ବିତୀୟ ପର୍ଯ୍ୟାୟ ମ୍ୟାଚ୍‌ ବେଳେ କୋର୍ଟରେ ଏହି ଅଷ୍ଟ୍ରେଲୀୟ ଖେଳାଳି ଏକ ଚେୟାର ଫିଙ୍ଗିବାରୁ ଅଯୋଗ୍ୟ ହୋଇଥିଲେ।
୨୦୧୭: ଡେନିସ ସାପୋଭାଲୋଭ (କାନାଡା), ଡେଭିସ କପ୍‌
ଅଜାଣତରେ ଅମ୍ପାୟାରଙ୍କ ମୁହଁକୁ ବଲ୍‌ ମାରି ବ୍ରିଟେନର କାଇଲ ଏଡମୁଣ୍ଡ ବିପକ୍ଷ ଡେଭିସ୍ କପ୍ ଟାଇରେ କାନାଡାର ସାପୋଭାଲୋଭ ଅଯୋଗ୍ୟ ହୋଇଥିଲେ।
୨୦୧୨: ଡେଭିଡ ନାଲବନ୍ଦିଆନ୍‌ (ଆର୍ଜେଣ୍ଟିନା), କୁଇନ୍ସ କ୍ଲବ୍‌ ଚାମ୍ପିଅନ୍‌ସିପ୍‌
ଲଣ୍ଡନରେ ଚାଲିଥିବା କୁଇନ୍ସ କ୍ଲବ୍ ଚାମ୍ପିଅନସିପ୍ ଫାଇନାଲ୍‌ରେ ଡେଭିଡ୍ ନାଲବନ୍ଦିଆନ୍‌ ଏକ ବିଜ୍ଞାପନ ବୋର୍ଡକୁ ଗୋଇଠା ମାରିଥିଲେ। ଏଥିରେ ଜାଣେ ଲାଇନ୍‌ ଜଜ୍‌ ଆହତ ହେବାରୁ ସେ ଅଯୋଗ୍ୟ ହୋଇଥିଲେ।
୨୦୦୯: ସେରେନା ୱିଲିୟମ୍ସ (ଆମେରିକା), ୟୁଏସ୍‌ ଓପନ୍‌
ବେଲ୍‌ଜିୟମର କିମ୍‌ କ୍ଲି‌ଷ୍ଟରଙ୍କ ବିପକ୍ଷ ୟୁଏସ୍‌ ଓପନ୍‌ ସେମିଫାଇନାଲ୍‌ରେ ଲାଇନ୍‌ ଜଜ୍‌ଙ୍କ ସହ ଯୁକ୍ତିତର୍କ ବେଳେ ଖରାପ ଭାଷା ପ୍ରୟୋଗ କରିଥିବାରୁ ୱିଲିୟମ୍ସଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା।
୨୦୦୭: ଷ୍ଟିଫାନ ‌କୋଉବେକ୍‌ (ଅଷ୍ଟ୍ରିଆ), ଓପନ୍‌ ଡି’ମୋସେଲ
ମେଜ୍‌ରେ ଖେଳାଯାଇଥିବା ସେବାସ୍ତିଏନ୍‌ ଗ୍ରସ୍‌ଜିନ୍‌ଙ୍କ ବିପକ୍ଷ ଓପନ୍‌ ଡି’ମୋସେଲ ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟରେ କୋଉବେକ ଅଯୋଗ୍ୟ ହୋଇଥିଲେ। ଏହି ପ୍ରତିଯୋଗ‌ିତାରେ ସେ ସୁପରଭାଇଜରଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେଇଥିଲେ।
୨୦୦୭: ଆନା‌ସ୍ତାସିଆ ରୋଡିନୋଭୋ (ଅଷ୍ଟ୍ରେଲିଆ), ସିନ୍‌ସିନାଟି ଓପନ୍‌
ଜର୍ମାନିର ଆଞ୍ଜେଲିକ୍‌ କର୍ବରଙ୍କ ବିପକ୍ଷ ପ୍ରଥମ ପର୍ଯ୍ୟାୟ ମୁକାବିଲାରେ ରୋଡିନୋଭୋ ଅଯୋଗ୍ୟ ଘୋଷିତ ହୋଇଥିଲେ। କର୍ବରଙ୍କୁ ପ୍ରଶଂସକମାନେ ଉତ୍ସାହିତ କରିବାରୁ ରୁଷିଆ ଜନ୍ମିତ ଏହି ଅଷ୍ଟ୍ରେଲିଆ ଖେଳାଳି ସେମାନଙ୍କ ଉପରକୁ ବଲ୍‌ ଫିଙ୍ଗିଥିଲେ।
୧୯୯୬: ଇରିନା ସ୍ପିର୍ଲିଆ (‌ରୋମାନିଆ), ପାଲେର୍ମୋ ଲେଡିଜ୍‌ ଓପନ୍‌
ଇରିନା ସ୍ପିର୍ଲିଆ ପ୍ରଥମ ଡବ୍ଲୁଟିଏ ଖେଳାଳି ଭାବେ ଅଯୋଗ୍ୟ ହୋଇଥିଲେ। ପଲେର୍ମୋରେ ଷ୍ଟିଫାନି ଡି’ଭିଲେଙ୍କ ବିପକ୍ଷ ଦ୍ବିତୀୟ ପର୍ଯ୍ୟାୟ ମୁକାବିଲାରେ ଜଣେ ଅଧିକାରୀଙ୍କୁ ଖରାପ ଭାଷାରେ ଗାଳି କରିଥିଲେ।
୧୯୯୫: କାର୍ଷ୍ଟେନ ଆରିଏନ୍ସ (ଜର୍ମାନୀ), ଫ୍ରେଞ୍ଚ ଓପନ୍‌
ଜର୍ମାନୀ କ୍ବାଲିଫାୟର ଆରିଏନ୍ସ ଫ୍ରେଞ୍ଚ ଓପନ୍ ଗ୍ରାଣ୍ଡସ୍ଲାମ୍‌ରେ ଆଯୋଗ୍ୟ ହୋଇଥିଲେ। ନ୍ୟୁଜିଲାଣ୍ଡର ବ୍ରେଟ ଷ୍ଟିଭେନଙ୍କ ବିପକ୍ଷ ତାଙ୍କ ପ୍ରଥମ ପର୍ଯ୍ୟାୟ ମ୍ୟାଚ୍‌ରେ ଲାଇନ୍‌ ଜଜ୍‌ଙ୍କୁ ସେ ନିଜ ରାକେଟ୍‌ରେ ପିଟିଥିଲେ।
୧୯୯୫: ଜେଫ୍‌ ତାରାଙ୍ଗୋ (ଆମେରିକା), ୱିମ୍ବଲଡନ୍‌
ଜର୍ମାନୀର ଆଲେକ୍‌ଜାଣ୍ଡର ମ୍ରୋଞ୍ଜଙ୍କ ବିପକ୍ଷ ତୃତୀୟ ପର୍ଯ୍ୟାୟ ମୁକାବିଲାରେ ତାରୋଙ୍ଗ ଅମ୍ପାୟାରଙ୍କ ସହ ଲଗାତାର ଯୁକ୍ତି କରି ବାହାରକୁ ଯାଇଥିଲେ।
୧୯୯୫: ଟିମ୍‌ ହେନମ୍ୟାନ୍‌ ଓ ଜେରେମି ବେଟ୍ସ (ଇଂଲଣ୍ଡ), ୱିମ୍ବଲଡନ୍‌
ହେନମ୍ୟାନ୍‌ ଏକ ବଲ୍‌ବାଳିକା ମୁଣ୍ଡକୁ ବଲ୍‌ ଫିଙ୍ଗିବାରୁ ଏହି ଯୋଡ଼ି ଅଯୋଗ୍ୟ ହୋଇଥିଲେ। ପେସାଦାର ଯୁଗ ୱିମ୍ବଲ୍‌ଡନ୍‌ରେ ଅଯୋଗ୍ୟ ହେବାରେ ଇଂଲଣ୍ଡର ହେନମାନ ଓ ବେଟ୍ସ ପ୍ରଥମ ଯୋଡ଼ି ହୋଇଥିଲେ।
୧୯୯୦: ଜନ୍‌ ମ୍ୟାକ୍‌ଏନ୍‌ରୋଏ (ଆମେରିକା), ଅଷ୍ଟ୍ରେଲିଆନ୍‌ ଓପନ୍‌
ଏହି ଆମେରିକା ଖେଳାଳି ନିଜର ଚତୁର୍ଥ ରାଉଣ୍ଡ ମ୍ୟାଚ୍‌ରେ ଅଯୋଗ୍ୟ ହୋଇଥିଲେ। ମିକାଏଲ୍‌ ପର୍ନଫୋର୍ସ ବିପକ୍ଷ ଏହି ମ୍ୟାଚ୍‌ରେ ସେ ୩ଟି ନିୟମ ଉଲ୍ଲଂଘନ କରିଥିଲେ।

ସମ୍ବନ୍ଧିତ ଖବର