ଟେନ୍‌ପିନ୍‌ ବୋଲିଂରେ ଓସ୍‌ଜାକୁ କାଂସ୍ୟ

ଏସ୍‌ଜେଏଫ୍‌ଆଇ କନ୍‌ଭେନ୍‌ସନ୍‌

ବାଙ୍ଗାଲୋର: ଓଡ଼ିଶାରେ ଯେଉଁ ଖେଳ ବିଷୟରେ ଅନେକ ଜାଣନ୍ତି ନାହିଁ, ଯେଉଁ ଖେଳର ଭିିତ୍ତିଭୂମି ଓଡ଼ିଶାରେ ଆଦୌ ନାହିଁ, ସେହିି ଟେନ୍‌ପି୍‌ନ୍‌ ବୋଲିଂରେ ବିରାଟ ସଫଳତା ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା) ଏଠାରେ ହାସଲ କରିଛି। ସର୍ବଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘର ୪୧ତମ କନ୍‌ଭେନ୍‌ସନ୍‌ ଅବସରରେ ଦ୍ୱିତୀୟ ଦିନ ଖେଳା ଯାଇଥିବା ପ୍ରତିଯୋଗିତାଗୁଡ଼ିକରେ ଓସ୍‌ଜାର ପ୍ରଦର୍ଶନ ଜମାଣିଆ ରହିଛି। ରବିବାର ସକାଳେ ସାରା ଦେଶର ୨୨ଟି କ୍ର୍ରୀଡ଼ା ସାମ୍ବାଦିକ ଦଳକୁ ନେଇ ଆୟୋଜିତ ପ୍ରତିଯୋଗିତାରେ ଓସ୍‌ଜା-ବି ଦଳ କାଂସ୍ୟ ପଦକ ପାଇଛି। ସମ୍ବିତ ମହାପାତ୍ର (୯୯), ସୁକେଶ ବେହେରା (୧୨୬) ଓ ଜଗଦୀଶ୍ୱର ଦାସ (୧୩୦)ଙ୍କୁ ନେଇ ଗଠିତ ଏହି ଦଳ ପ୍ରଥମ ରାଉଣ୍ଡରେ ୧୦ ଦଳ ମଧ୍ୟରେ ମୋଟ ୩୫୫ ପଏଣ୍ଟ ସ୍କୋର କରି ଦ୍ୱିତୀୟ ଏବଂ ମୋଟ ୨୨ ଦଳ ଭିତରେ ଚତୁର୍ଥ ହୋଇଥିଲା। କ୍ୱାର୍ଟର ଫାଇନାଲରେ ବାଙ୍ଗାଲୋର କ୍ରୀଡ଼ା ସାମ୍ବାଦିକ ସଂଘ-ବି କୁ ୩୫୫-୩୩୩ ପଏଣ୍ଟ୍‌ରେ ପରାସ୍ତ କରିଥିଲା। ତେବେ ସେମିଫାଇନାଲ୍‌ରେ ଶକ୍ତିଶାଳୀ ବାଙ୍ଗାଲୋର-ସି ଦଳ ନିକଟରୁ ୩୩୪-୪୦୪ ପଏଣ୍ଟ୍‌ରେ ହାରିଯାଇଥିଲା। ସେମିରେ ପରାଜିତ ଅନ୍ୟ ଦଳ ତ୍ରିପୁରା କ୍ରୀଡ଼ା ସାମ୍ବାଦିକ ସଂଘଠାରୁ ଅଧିକ ପଏଣ୍ଟ ଓଡ଼ିଶା ପାଇଥିବାରୁ କାଂସ୍ୟ ପଦକ ହାସଲ କରିଛି। ପୂରା ପ୍ରତିଯୋଗିତାରେ ଦଗଦୀଶ୍ୱର ୧୩୦, ୧୪୮, ୧୩୦ ଏପରି ମୋଟ ୪୦୮ ସ୍କୋର କରି ବଡ଼ ସଫଳତା ପାଇଛନ୍ତି। ଫାଇନାଲରେ ବାଙ୍ଗାଲୋର-ସି ମୁମ୍ବାଇକୁ ୪୦୯-୪୦୭ରେ ପରାଜିତ କରି ବିଜେତା ହୋଇଛି।

ସମ୍ବନ୍ଧିତ ଖବର