ଦୀପ୍ତିଙ୍କୁ ଦଶମଶ୍ରେଣୀ ରେଡ୍ ବେଲ୍ଟ

ଭୁବନେଶ୍ବର : କରାଟେ ଓ ଟାଏକୋଣ୍ଡୋ ପ୍ରଶିକ୍ଷକ ଦୀପ୍ତିରଞ୍ଜନ ମହାପାତ୍ର ଭାରତର ଏକମାତ୍ର ଆତ୍ମରକ୍ଷା କୌଶଳ ପ୍ରଶିକ୍ଷକ ଭାବେ କେମ୍ପୋ କରାଟେରେ ସମ୍ମାନସୂଚକ ଦଶମଶ୍ରେଣୀ ରେଡ୍ ବେଲ୍ଟ ହାସଲ କରିଛନ୍ତି। ଆତ୍ମରକ୍ଷା କୌଶଳ କ୍ଷେତ୍ରରେ ଦୀର୍ଘବର୍ଷର ଅଭିଜ୍ଞତା ଆଧାରରେ ବିଶ୍ବ ଗ୍ରାଣ୍ଡମାଷ୍ଟର ପରିଷଦ ପକ୍ଷରୁ ସମଗ୍ର ବିଶ୍ବର ମାତ୍ର ପାଞ୍ଚ ଜଣ ଗ୍ରାଣ୍ଡମାଷ୍ଟର୍ସଙ୍କୁ ଏହି ଉପାଧୀ ପ୍ରଦାନ କରାଯାଇଛି। ତାଙ୍କୁ ମଧ୍ୟ ଭାରତରେ କେମ୍ପୋ କରାଟେର ଅନ୍ୟତମ ନିର୍ଦ୍ଦେଶକ ନିଯୁକ୍ତ କରାଯାଇଛି। ଏହି ସଫଳତା ଲାଗି ଦୀପ୍ତିରଞ୍ଜନଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।

ସମ୍ବନ୍ଧିତ ଖବର