୧୬ରେ ସରିବ ତେନ୍‌ଜିଂ ନର୍ଗେ ଜାତୀୟ ଦୁଃସାହସିକ ପୁରସ୍କାର ଆବେଦନ

ଭୁବନେଶ୍ବର : କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ବାରା ଦୁଃସାହସିକ କ୍ରୀଡ଼ା ଲାଗି ପ୍ରଦାନ କରାଯାଉଥିବା “ତେନ୍‌ଜିଂ ନର୍ଗେ ଜାତୀୟ ଦୁଃସାହାସିକ ପୁରସ୍କାର’’ (ଟିଏନ୍‌ଏନ୍‌ଏଏ) ଆବେଦନର ଶେଷ ତାରିଖ ଚଳିତ ମାସ ୧୬ରେ ଶେଷ ହେବ। ମେ’ ୧୮ ତାରିଖରୁ ଏହି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି।

ଏହି ପୁରସ୍କାରରେ କାଂସ୍ୟ ପ୍ରତିମୂର୍ତ୍ତି, ସାର୍ଟିଫିକେଟ୍, ବ୍ଲେଜର/ଶାଢ଼ୀ ଏବଂ ୧୫ ଲକ୍ଷ ଟଙ୍କା ପୁରସ୍କାର ରହିଛି। ଆଗ୍ରହୀ ଦୁଃସାହାସିକ କ୍ରୀଡ଼ାବିତ୍‌ https://awards.gov.in ପୋର୍ଟାଲ୍ ମାଧ୍ୟମରେ ଆବେଦନ କରିପାରିବେ। ପୁରସ୍କାର ପାଇଁ ନିର୍ଦ୍ଦେଶାବଳୀ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟର ୱେବସାଇଟ https://yas.nic.in/youth-affair/inviting-nominations-tenzing-norgay-national-adventure-award-2021ରେ ଦେଖିପାରିବେ।

ସମ୍ବନ୍ଧିତ ଖବର