‘ଭାରତ ହାତ ଛାଡ଼ିଲେ ଟେଷ୍ଟ୍‌ ମରିଯିବ’

ନୂଆଦିଲ୍ଲୀ : ଟେଷ୍ଟ୍‌ କ୍ରିକେଟ୍ ହେଉଛି ଅସଲି କ୍ରିକେଟ୍। ପ୍ରତିଦ୍ବନ୍ଦ୍ବିତାର ଶ୍ରେଷ୍ଠ ଓ ଶିଖର ରୂପ ଏବଂ ଏହାର ଏକ କାରଣ ମଧ୍ୟ ରହିଛି! କାରଣଟି ହେଉଛି ଏହି ପାଞ୍ଚଦିନିଆ ମ୍ୟାଚ୍‌ ଭଳି ଅନ୍ୟ କୌଣସି ଫର୍ମାଟ୍‌ରେ ଧୈର୍ଯ୍ୟ, ଚରିତ୍ର, ବହୁମୁଖୀତାର ପରୀକ୍ଷା ଦେବାକୁ ପଡ଼ି ନଥାଏ। ୨୦-ଟ୍ବେଣ୍ଟି କ୍ରିକେଟ୍‌ ରାଜମାତାଙ୍କ ବ୍ୟାଣ୍ଡ୍‌ ପାର୍ଟି ଭଳି। ହେ‌ଲେ ଏହି ସୁନ୍ଦର ଖେଳର ପ୍ରକୃତ ପ୍ରେମୀଙ୍କ ପାଇଁ ଟେଷ୍ଟ୍‌ କ୍ରିକେଟ୍‌ ନିର୍ମଳ ପବନ ସଦୃଶ। ସଂପ୍ରତି ବହୁତ କମ୍‌ ଦେଶ ଟେଷ୍ଟ୍‌ କ୍ରିକେଟ୍‌ରେ ଭଲ ପ୍ରଦର୍ଶନ କରୁଛନ୍ତି। ତେବେ‌ ଏହି ଦେଶଗୁଡ଼ିକରେ ଟେଷ୍ଟ୍‌ କ୍ରିକେଟ୍‌ ବଞ୍ଚିଛି କି ନାହିଁ? ସେଥିରେ ମଧ୍ୟ ପ୍ରଶ୍ନବାଚୀ ରହିଛି। ଏହି ଦୀର୍ଘତମ ଫର୍ମାଟ୍‌କୁ ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଭାରତ କିଛିଟା ଗୁରୁତ୍ବ ଦେଉଛନ୍ତି। ଏମାନଙ୍କ ମଧ୍ୟରୁ ଭାରତ ଯଦି ଏହି ଫର୍ମାଟ୍‌କୁ ଛାଡ଼ିଦେବ ତେବେ ‌ସଙ୍ଗେ ସଙ୍ଗେ ଏହା ମରିଯିବ ବୋଲି ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ତଥା ପୂର୍ବତନ ଭାରତୀୟ ପ୍ରଶିକ୍ଷକ ଗ୍ରେଗ୍‌ ଚାପେଲ୍‌ ଅନୁଭବ କରିଛନ୍ତି।

ଯେଉଁ ଦିନ ଭାରତ ଏହାକୁ ଛାଡିବ ସେହି ଦିନ ଟେଷ୍ଟ୍ କ୍ରିକେଟ୍ ମରିଯିବ। ମୁଁ ଭାରତ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ବ୍ୟତୀତ ଅନ୍ୟ ଦେଶଗୁଡ଼ିକରେ ଯୁବ ଖେଳାଳିମାନେ ଟେଷ୍ଟ୍‌ କ୍ରିକେଟ୍ ପ୍ରତି ଆଗ୍ରହ ଦେଖାଉନାହାନ୍ତି। ଟେଷ୍ଟ୍‌ କ୍ରିକେଟ୍ ପ୍ରତି ଭାରତୀୟ ଅଧିନ‌ାୟକ ବିରାଟ କୋହଲିଙ୍କ ପ୍ରେମ ସଙ୍କେତ ଦେଉଛି ଯେ ଏହି ଫର୍ମାଟ୍ ବଞ୍ଚି ରହିବ ବୋଲି ପ୍ଲେ ରାଇଟ୍ ଫାଉଣ୍ଡେସନ୍ ସହିତ ଏକ ଅନଲାଇନ୍ ଚାଟ୍ ବେଳେ ଚାପେଲ୍ କହିଛନ୍ତି। ଟ୍ବେଣ୍ଟି-୨୦ କ୍ରିକେଟ୍ ବିପକ୍ଷରେ ମୋର କିଛି କହିବାର ନାହିଁ। ଲୋକଙ୍କୁ ଏହା ସହଜରେ ଆକୃଷ୍ଟ କରିଥାଏ ବୋଲି ୨୦୦୫ରୁ ୨୦୦୭ ପର୍ଯ୍ୟନ୍ତ ଭାରତର ପ୍ରଶିକ୍ଷକ ଥିବା ଚାପେଲ୍‌ କହିଛନ୍ତି। ପୁଣି ସେ କହିଛନ୍ତି ଯେ ଭାରତର ପ୍ରଶିକ୍ଷକ ହେବା ପୂର୍ବରୁ ଶ୍ରୀଲଙ୍କା ଏବଂ ୱେଷ୍ଟଇଣ୍ଡିଜ୍ ପକ୍ଷରୁ ପ୍ରସ୍ତାବ ମିଳିଥିଲା। ହେଲେ ମୁଁ ଏହି ସବୁ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲି। କାରଣ ମୋ ଇଛା ଥିଲା ଅଷ୍ଟ୍ରେଲିଆ କିମ୍ବା ଭାରତର ପ୍ରଶିକ୍ଷକ ହେବା। ଭାରତର ପ୍ରଶିକ୍ଷକ ଦାୟିତ୍ବ ନେବା ମୋ ପାଇଁ ଏକ ଅଦ୍ଭୁତ ସୁଯୋଗ ଥିଲା। ମୁଁ ଯେତିକି ଭାବିଥିଲି ତା’ଠୁ ଅଧିକ ଉପଭୋଗ କରିଥିଲି ବୋଲି ୨୦୦୭ ବିଶ୍ବକପ୍‌ ଲିଗ୍‌ ପର୍ଯ୍ୟାୟରୁ ଭାରତର ବିଦାୟ ପ‌ରେ ପ୍ରଶିକ୍ଷକ ପଦ ଛାଡ଼ିଥିବା ଚା‌ପେଲ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର